ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

Published By : Prameya-News7 Bureau | September 30, 2018 IST

ଭୁବନେଶ୍ୱର ୩୦/୯ : ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିଛି | ରାଜ୍ୟରେ ଏକ ବିକୃତ ବିପର୍ଯ୍ୟୟ ଆରମ୍ଭ ହେଲାଣି | ଖବର ସଂଗ୍ରହ କରୁଥିବା ସାମ୍ୱାଦିକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି | ଏହାକୁ କଡା ଭାଷାରେ ନିନ୍ଦା କରିଛି କଂଗ୍ରେସ ଦଳ | ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ସରକାର କଡା ଆଇନ ପ୍ରଣୟନ କରନ୍ତୁ | ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ଶୁଣାଣି ଫାଷ୍ଟ କ୍ଲାସ ଜୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହେଉ, ଅଭିଯୁକ୍ତଙ୍କ ପାଇଁ ୩ ବର୍ଷ ଜେଲ ଦଣ୍ଡ ସହ ଜୋରିମାନା ବ୍ୟବସ୍ତା ଲାଗୁ କରାଯିବାକୁ ଦାବି କରିଛି ଦଳ | ସୋରୋରେ ସାମ୍ୱାଦିକଙ୍କୁ ମାଡ ମାରିବା ଘଟଣାରେ ସ୍ଥାନୀୟ ବିଧାୟକଙ୍କ ହାତ ଥିବା କହିଛି ଦଳ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.