Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ମହାମାରୀରେ ମହାଦୁର୍ନୀତି : ମାସ୍କ କିଣାରେ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

9/06/2020 at 11:30 AM

ଭୁବନେଶ୍ବର ୯।୬: ମହାମାରୀର ମହାଦୁର୍ନୀତି । କେନ୍ଦ୍ର ସରକାରଙ୍କ ଟଙ୍କା ତୋଷାରପାତ କରିବାରେ ଲାଗିଛନ୍ତି । ସରକାରୀ ପୋର୍ଟାଲରୁ ମାସ୍କ ନ କିଣି ବାହାରୁ କିଣାଯାଉଛି । ବିଷ୍ଣୁ ଏଣ୍ଟରପ୍ରାଇଜରୁ ୧୬ ଟଙ୍କାରେ ମାସ୍କ କିଣାଯାଇଛି । ଗରିବ ରୋଗୀ ଲୋକଙ୍କ ପାଇଁ ଯେଉଁ ଅର୍ଥ ଆସୁଛି ତାକୁ ତୋଷାରପାତ କରୁଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଯେଉଁ ଅଫିସରମାନେ ତୋଷାରପାତ କରିଛନ୍ତି ସେମାନେ ସରକାରଙ୍କ ଜାଣତରେ ଏହା ହୋଇଛି ବୋଲି କହିଛନ୍ତି । ଏହାର ଅର୍ଥ ଏହକୁ କ୍ୟାବିନେଟ୍ ଅନୁମତି ଦେଇଛି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି ।

ସେହିଭଳି ୫ ଲକ୍ଷ ଟଙ୍କାର ମେସିନକୁ ୧୦ ଲକ୍ଷ ଟଙ୍କାରେ କିଣାଯାଇଛି । କୋଭିଡ୍ ଟେଷ୍ଟିଂ ମେସିନ କିଣିବାକୁ ଗୋଟିଏ କମ୍ପାନୀକୁ ୧୨ କୋଟି ଟଙ୍କା ଦିଆଯାଇଛି । ପିପିଇ ଟେଷ୍ଟ କରାଯାଇନାହିଁ । ବିନା ଟେଷ୍ଟିଂରେ ବ୍ୟବହାର କରିବାକୁ ଦିଆଯାଇଛି । ଅଫିସରମାନେ କହୁଛନ୍ତି ମୁଖ୍ୟମନ୍ତ୍ରୀ ସବୁ ଜାଣିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଦୁର୍ନୀତି ହୋଇନି ।

ସେପଟେ ମନ୍ତ୍ରୀ କହୁଛନ୍ତି, ମୁଁ କିଛି ଜାଣିନାହିଁ । ଗଣତନ୍ତ୍ରରେ ମନ୍ତ୍ରୀ ଉତ୍ତରଦାୟୀ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ଏହା ବିରୋଧରେ ଲୋକାୟୁକ୍ତ, ସିବିସିର ଦ୍ବାରସ୍ତ ହେବ କଂଗ୍ରେସ । ସମସ୍ତଙ୍କ ସଲାସୁତୁରାରେ ଏହି ଦୁର୍ନୀତି ହୋଇଛି । ମୁଖ୍ୟମନ୍ତ୍ରୀ ବି ଏଥିରେ ସାମିଲ ଅଛନ୍ତି ବୋଲି ନିରଞ୍ଜନ ଅଭିଯୋଗ ଆଣିଛନ୍ତି ।

ଏଭଳି ଦୁର୍ନିତୀକୁ ସହି ହେବ ନାହିଁ । ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବୁ ନାହିଁ, କାରଣ ତାଙ୍କର ସଂଖ୍ୟା ଗରିଷ୍ଠତା ଅଛି । ଏ ସଂକ୍ରାନ୍ତରେ ରାଜ୍ୟପାଳଙ୍କୁ ଆସନ୍ତା ୧୧ ତାରିଖରେ କଂଗ୍ରେସ ସ୍ମାରକପତ୍ର ଦେବ । ସମସ୍ତ ଜିଲ୍ଲାରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କୁ ଦାବି ଓ ଅନୁରୋଧ, ଲୋକଙ୍କୁ ନ ମାରି, କ’ଣ କରିବେ ନିଜେ ନିଷ୍ପତ୍ତି ନିଅନ୍ତୁ । ମୁଖ୍ୟମନ୍ତ୍ରୀ ଯେଉଁ ନିଜ ପରିବାର କଥା କୁହନ୍ତି ଆଜି ତାର ପ୍ରମାଣ ଦିଅନ୍ତୁ ।

ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts