Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ମମିତାଙ୍କୁ ନ୍ୟାୟ ଦେବାକୁ କଂଗ୍ରେସର ଦାବି, ଏସଆଇଟି ତଦନ୍ତ ନିର୍ଦ୍ଦେଶ ନଦେଲେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ ଦଳ

30/11/2021 at 3:21 PM

ଭୁବନେଶ୍ବର ୩୦୧୧: ମମିତା ମେହେର ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମଳନୀ । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛି କଂଗ୍ରେସ । ମମିତାଙ୍କୁ ନ୍ୟାୟ ମିଳିବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଦଳ କହିଛି ଏହାସହ ଦଳିତ ଆଦିବାସୀଙ୍କ ଜମି ହଡପ ଅଭିଯୋଗ ଆଣିଛି କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ରାଜ୍ୟରେ ପ୍ରତିଦିନ ୯ ଜଣ ମହିଳା ହିଂସାର ଶିକାର ହେଉଛନ୍ତି । ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅଭିଯୁକ୍ତ ଥିଲେ । କିନ୍ତୁ ସରକାର ମମିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଉଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ଭୋକର ଭୂଗୋଳରୁ କଳାହାଣ୍ଡିକୁ ଆମେ ଉଠାଇ ଦେଇଛୁ । କିନ୍ତୁ ନୀତି ଆୟୋଗ କହିଛନ୍ତି, କଳାହାଣ୍ଡି ହେଉଛି ସବୁଠୁ ଗରିବ । ହେଲେ ସେଠାକାର ଜନ ପ୍ରତିନିଧିଙ୍କ ସମ୍ପତ୍ତି ମୂଲ୍ୟ ୨୦୧୪ ଓ ୨୦୧୯ ସତ୍ୟପାଠ ଆଧାରରେ ୨ କୋଟିରୁ ୮ କୋଟିକୁ ବଢ଼ିଛି । ଏବେ ତାଙ୍କର ସମ୍ପତ୍ତି ୧୦୦ କୋଟି ଟପିଲାଣି । ଦିବ୍ୟଶଙ୍କରଙ୍କର ୧୭ଟି ଖାତା ଓ ପ୍ଲଟର ତଥ୍ୟ ରଖିଛି କଂଗ୍ରେସ ।

୨୦୦ ଦଳିତ ଲୋକଙ୍କର ସମ୍ପତ୍ତିକୁ ନିଜ ଓ ସମ୍ପର୍କୀୟଙ୍କ ନାମରେ କରିଛନ୍ତି । ଦିବ୍ୟଶଙ୍କର ଜଣେ ଭୂ-ବଳାତ୍କାରୀ ।  ଜନ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପତ୍ତିର ଖୋଳତାଡ଼ ଲାଗି ଲୋକୟୁକ୍ତଙ୍କୁ ମାମଲା ଦେଇଥିଲେ ନବୀନ ସରକାର । ଏବେ ଦିବ୍ୟଶଙ୍କରଙ୍କର ସମ୍ପତ୍ତି ନେଇ ମଧ୍ୟ ଲୋକୟୁକ୍ତକୁ ମାମଲା ଦିଅନ୍ତୁ । ଦିବ୍ୟଶଙ୍କରଙ୍କର ସମ୍ପତ୍ତି ବାଜ୍ୟାପ୍ତ କରନ୍ତୁ । ଦଳିତ ଲୋକଙ୍କ ସମ୍ପତ୍ତି ଫେରସ୍ତ ପାଇଁ ବ୍ୟବସ୍ଥା କରାନ୍ତୁ ।

ବୁଧବାରଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । କିନ୍ତୁ ଏଭଳି ମନ୍ତ୍ରୀ ବିଧାନସଭାକୁ ପଶିବା ଉଚିତ କି ନାହିଁ, ତାହା ମଧ୍ୟ ନବୀନ ବାବୁ ଆଜି ସ୍ପଷ୍ଟ କରନ୍ତୁ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରନ୍ତୁ ସରକାର । କଂଗ୍ରେସ ନିଷ୍ପତ୍ତି ନେଇଛି, ଯଦି ନବୀନ ପଟ୍ଟନାୟକ ସରକାର ଏସଆଇଟି ଗଠନ ତଦନ୍ତ ନିର୍ଦ୍ଦେଶ ନ ଦିଅନ୍ତି, ଦୁଇ ତିନି ଦିନ ମଧ୍ୟରେ ଏଥିପାଇଁ କଂଗ୍ରେସ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି  ମନୋଜ ମହାପାତ୍ର କହିଛନ୍ତି ।

   Related Posts