ରାଫେଲ୍ ଦୁର୍ନୀତି ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ଉପରେ ବର୍ଷିଛି କଂଗ୍ରେସ
7/09/2018 at 6:22 PM

ପୁରୀ ୭/୯ : ପୁରୀ ଜିଲ୍ଲା କଂଗ୍ରେସ କମିଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ଦୁର୍ନୀତି ନେଇ ବର୍ଷିଛି। ୟୁପିଏ ସରକାରଙ୍କ ସମୟରେ ୨୦୧୨ ମସିହାରେ ଖୋଲାଯାଇଥିବା ଆର୍ନ୍ତଜାତିକ ଟେଣ୍ତର ମୁତାବକ ୧୨୬ ରାଫେଲ୍ ବିମାନ କିଣିବା ପାଇଁ ପ୍ରତ୍ୟେକ ବିମାନ ମୂଲ୍ୟ ୫୨୬.୧୦ କୋଟି ରହିଥିଲା। ମାତ୍ର ମୋଦି ସରକାର ଗୋଟିଏ ବିମାନକୁ ୧୬୭୦ କୋଟିରେ କ୍ରୟ କରିବା ଦ୍ୱାରା ରାଜକୋଷରୁ ୪୧.୨୦୫ କୋଟି ଟଙ୍କା କ୍ଷତି ହୋଇଛି। ଏଥିସହ ବିଦେଶରୁ କଳାଧାନ ଉଦ୍ଧାର କରି ପ୍ରତ୍ୟେକ ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା, ୨ କୋଟି ଯୁବକଙ୍କୁ ଚାକିରୀ, ବିମୁଦ୍ରାୟନ, ତୈଳ ଓ ଗ୍ୟାସ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ସେହିପରି ରାଜ୍ୟ ସରକାରଙ୍କ ୧୮ ବର୍ଷ ଶାସନ ପରେ ମଧ୍ୟ ଚିଟପଣ୍ତ ଦୁର୍ନୀତି, ଡ଼ାକ୍ତର ଓ ଶିକ୍ଷକ ନିଯୁକ୍ତି, ଶିକ୍ଷିତ ବେକାରଙ୍କୁ କର୍ମନିଯୁକ୍ତି, ଦାଦନ ସମସ୍ୟା ସମାଧାନ କରିବା ଦିଗରେ ବିଫଳ ହୋଇଛନ୍ତି। ପୁରୀରେ ଜଳନିଷ୍କାସନ ସମସ୍ୟା, ହସପିଟାଲରେ ଡ଼ାକ୍ତର, ସମଯାଜପୁର ଓଭରବ୍ରିଜ୍ ଦୁର୍ନୀତି, ସିଦ୍ଧମହାବୀର ଲେବୁଲ୍ କ୍ରସିଂରେ ଓଭରବ୍ରିଜ୍ ନିର୍ମାଣ ଦିଗରେ ଏଠାକାର ବିଧାୟକ ତଥା ପ୍ରଶାସନ ସଂପୁର୍ଣ୍ଣ ଫେଲ୍ ମାରିଛନ୍ତି। ଏ ସମସ୍ତ ପ୍ରସଙ୍ଗକୁ ନେଇ ଜିଲ୍ଲା କଂଗ୍ରେସ କମିଟି ଆଗାମୀ ନିର୍ବାଚନ ପାଇଁ ସଜବାଜ ହେଉଛି। ୧୦ ତାରିଖରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ମଧ୍ୟ ପ୍ରସ୍ତୁତ କରାଯାଇଛି।