ରାଫେଲ ଡିଲ ପାଇଁ କୋରାପୁଟ ଜିଲ୍ଲା କ୍ଷତିଗ୍ରସ୍ତ ; ଆନ୍ଦୋଳନ କରିବ କଂଗ୍ରେସ - ତାରା ପ୍ରସାଦ ବାହିନୀପତି

Published By : Prameya-News7 Bureau | September 02, 2018 IST

ରାଫେଲ ଡ଼ିଲ ଯୋଗୁଁ ସାରା ଦେଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୋରାପୁଟ ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ହୋଇଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ | ଏନେଇ ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ | ରାଫେଲ ଡିଲ୍ ଯୋଗଁ ସାରା ଦେଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୋରାପୁଟ ଜିଲ୍ଲା ଏଥିଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ହୋଇଛି ।୧୨ ଦିନ ତଳେ ପଂଜିକୃତ ହୋଇଥିବା ଅନିଲ ଅମ୍ବାନୀଙ୍କ କଂପାନୀକୁ ଏହି ଠିକା ମିଳିଥିବା ବେଳେ ଏଚ୍.ଏ.ଏଲ୍ କୁ ଏଥିରୁ ବାଦ ଦିଆ ଯାଇଛି । ଯଦି ଏଚ୍.ଏଲ୍.କୁ ଏହି ଠିକା ଦିଆ ଯାଇଥାଆନ୍ତା ତେବେ ସୁନାବେଡା ଠାରେ ଥିବା ଏଚ୍.ଏ.ଏଲ୍ ଭାଗରେ ୪୨ ହଜାର କୋଟି ଟଂକା ପଡି ଥାଆନ୍ତା।ଆଉ ଏହି ଟଂକାରେ କୋରାପୁଟ ଜିଲ୍ଲାର ବେକାର ଯୁବକ ଯୁବତୀ ମାନେ ନିଯୁକ୍ତି ପାଇ ଥାଆନ୍ତେ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ତେଣୁ ଏହି ପ୍ରସଂଗରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଆନ୍ଦୋଳନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ସେହିପରି ଏହି ପ୍ରସଂଗରେ ବିଜେଡି ନିରବ ରହି ପରୋକ୍ଷରେ ବିଜେପି ନେତୃତ୍ବାଧୀନ ଏନ୍.ଡି.ଏ ସରକାରକୁ ସମର୍ଥନ କରୁଥିବା କହିଛନ୍ତି ପିସିସି ସଭାପତି । ସାମ୍ବାଦିକଙ୍କ ପ୍ରଶ୍ନର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନିରଂଜନ କରିଥିଲେ ଯେ ଆସନ୍ତା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ।ବର୍ତ୍ତମାନର ୧୫ ଜଣ କଂଗ୍ରେସ ବିଧାୟକଙ୍କୁ ଦଳ ଟିକଟ ଦେବ ବୋଲି ସେ କହିଥିବା ବେଳେ ସେମାନଙ୍କ ଗତିବିଧିକୁ ୩ ମାସ ପର୍ଯ୍ୟନ୍ତ ତର୍ଜମା କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.