ରାଫେଲ ଦୁର୍ନୀତି ମାମଲାରେ ବାଲେଶ୍ୱରରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
30/08/2018 at 1:01 AM

ବାଲେଶ୍ୱର ୩୦/୮ : ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ରାଫେଲ ଯୁଦ୍ଧ ଜାହାଜ କିଣିବାରେ ବ୍ୟାପକ ଦୁର୍ନୀତି କରିଥିବା କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଦଳ ରାଜ୍ୟ ତମାମ ଆନ୍ଦୋଳନ କରିବ ବୋଲି ବାଲେଶ୍ବର କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପ ସଭାପତି ଶିବାଦନ୍ଦ ରାୟ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସଂପାଦକ ସଞୀବ ଗିରି, ଜିଲ୍ଲା ସଭାପତି ଶରତ ରାଜ, ନଗର ସଭାପତି ପଦ୍ମଲୋଚନ ଲେଙ୍କା, ପୂର୍ବତନ ଜିଲ୍ଲା ସଭାପତି ସତ୍ୟନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।