ପ୍ରଧାନମନ୍ତ୍ରୀଙ୍କ ଉପରେ ସୋନିଆଙ୍କ ବଡ ହମଲା, ପୀଡିତା ଓ ନିର୍ଯ୍ୟାତିତାଙ୍କ ସ୍ଵର ଦବାଇବା ଆପଣଙ୍କ କେଉଁ ରାଜଧର୍ମ ?

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮।୧୦: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ରବିବାର କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି। ସୋନିଆ ତିନି କୃଷି ଆଇନ, କୋଭିଡ୍-୧୯ ମହାମାରୀର ମୁକାବିଲା, ଅର୍ଥବ୍ୟବସ୍ଥାର ସ୍ଥିତି ଓ ଦଳିତଙ୍କ ବିରୋଧରେ କଥିତ ଅତ୍ୟାଚାର ମାମଲାରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଭାରତୀୟ ଗଣତନ୍ତ୍ର ନିଜର ସବୁଠୁ ମୁସ୍କିଲ ସମୟ ଦେଇ ଗତି କରୁଛି। ସୋନିଆ ଗାନ୍ଧୀ କହିଛନ୍ତି ପୀଡିତା ଓ ନିର୍ଯ୍ୟାତିତ ଲୋକଙ୍କ ସ୍ଵର ଦବା ଯାଉଛି। କଣ ଏହା ଆପଣଙ୍କର ରାଜଧର୍ମ  ବୋଲି ସେ ପ୍ରଶ୍ନ କରିଛନ୍ତି।

ସୋନିଆ ନିକଟରେ ସରକାରଙ୍କ ଦ୍ଵାରା ଲାଗୁ ତିନି କୃଷି ଆଇନ୍‌କୁ ନେଇ କହିଛନ୍ତି ସବୁଜ କ୍ରାନ୍ତିରୁ ଅର୍ଜିତ ଫାଇଦାକୁ ସମାପ୍ତ କରିବାକୁ ଷଡଯନ୍ତ୍ର ରଚାଯାଇଛି। କଂଗ୍ରେସ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀଙ୍କ ବୈଠକକୁ ଅଧ୍ୟକ୍ଷତା କରି ସୋନିଆ କହିଛନ୍ତି ଦେଶରେ ସଂପ୍ରତି ଏମିତି ସରକାର ରହିଛି ଯିଏ ଦେଶର ନାଗରିକଙ୍କ ଅଧିକାରକୁ ହାତ ଗଣତି ପୁଞ୍ଜିପତିଙ୍କ ହାତରେ ଟେକି ଦେବାକୁ ଚାହୁଁଛି।

ଗତ ମାସରେ କଂଗ୍ରେସର ସାଂଗଠନିକ ସ୍ତରରେ  ବଡ ଧରଣର ଅଦଳ ବଦଳ ପରେ ସୋନିଆ ଗାନ୍ଧୀ ପ୍ରଥମ ଥର ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀଙ୍କ ସହ ବୈଠକ କରିଛନ୍ତି। ନିକଟରେ ପାରିତ କୃଷି ଆଇନ ଉପରେ ସରକାରକୁ ଘେରି ସୋନିଆ କହିଛନ୍ତି ବିଜେପି ନେତୃତ୍ଵାଧୀନ ସରକାର ଏହି ଆଇନ୍‌ ଜରିଆରେ କୃଷି ଆଧାରିତ ଅର୍ଥବ୍ୟବସ୍ଥାର ମୂଳ ଉପରେ ଆକ୍ରମଣ କରିଛି।

ଗାନ୍ଧୀ କହିଛନ୍ତି ସବୁଜ କ୍ରାନ୍ତିରୁ ମିଳିଥିବା ଫାଇଦାକୁ ସମାପ୍ତ କରିବାକୁ ଷଡଯନ୍ତ୍ର ରଚାଯାଉଛି। କୋଟି କୋଟି କୃଷକ, ଶ୍ରମିକ, କ୍ଷୁଦ୍ର ଓ ସୀମାନ୍ତ ଚାଷୀ, ଛୋଟ ଦୋକାନୀଙ୍କ ପେଟ ଉପରେ ଲାତ ମରାଯାଇଛି। ଏହି ଷଡଯନ୍ତ୍ରକୁ ମିଶି ବିଫଳ କରିବାର ଆମର କର୍ତ୍ତବ୍ୟ। ସୋନିଆ କହିଛନ୍ତି ସମ୍ବିଧାନ ଓ ଗଣତନ୍ତ୍ର ପରମ୍ପରା ଉପରେ ଭାବି ଚିନ୍ତି ହମଲା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.