ଆସନ୍ତା ୨୫ରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Published By : Prameya-News7 Bureau | January 07, 2019 IST

ଭୁବନେଶ୍ବର ୭|୧: ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆସନ୍ତା ୨୫ରେ ଓଡିଶା ଆସିବେ ରାହୁଲ ଗାନ୍ଧି । ପାରାଦୀପରେ ଦଳୀୟ ସମାବେଶରେ ରାହୁଲ ଗାନ୍ଧି ଯୋଗ ଦେବେ । ରାହୁଲଙ୍କ ଓଡିଶା ଗସ୍ତ ନେଇ ସୂଚନା ଦେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ।

ଗତ ୫ତାରିଖରେ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରିପଦାରେ ସାଢେ ଚାରି କୋଟିର ପ୍ରକଳ୍ପର ଉଦଘାଟନ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ମୟୁରଭଞ୍ଜ ଛଉପଡିଆ ସମାବେଶରେ କଂଗ୍ରେସ ଉପରେ ଖୁବ୍ ବର୍ଷିଥିଲେ ମୋଦି । ତେବେ ମୋଦିଙ୍କୁ ଟର୍ଗେଟ୍ କରିବା ପାଇଁ ରାହୁଲ ମଧ୍ୟ ଓଡିଶା ଗସ୍ତରେ ଆସୁଥିବା ନେଇ ଚର୍ଚ୍ଚା ହେଉଛି । ତେବେ ରାଫେଲ୍ ଡିଲ୍ ପ୍ରସଙ୍ଗକୁ ମୁଦ୍ଦା କରିପାରିନ୍ତି ରାହୁଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.