ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Published By : Prameya-News7 Bureau | March 07, 2019 IST

ଭୁବନେଶ୍ବର ୭|୩ : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କାଲି କୋରାପୁଟ ଜୟପୁର ସହର ଉପକଣ୍ଠ  ଏକମ୍ବା ନିକଟରେ ସାଧାରଣ ସଭା କରିବେ । ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେରାପୁଟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଜେରଦାର କରାଯାଇଛି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କାଲି ଦିନ ୧୧ଟା ବେଳେ ଉଦବୋଧନ ଦେବେ ରାହୁଲ ଗାନ୍ଧି । ତିନିଟି ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ପରେ ଉତ୍ସାହିତ ଅଛନ୍ତି କଂଗ୍ରେସ ନେତା ଓ କର୍ମୀ । ତେଣୁ ଓଡ଼ିଶାରେ ମଧ୍ୟ କଂଗ୍ରେସ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛି ।  ରାହୁଲଙ୍କ ଗସ୍ତକୁ ଦେଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.