ଆଜି ଜୟପୁର ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Published By : Prameya-News7 Bureau | March 08, 2019 IST

ଜୟପୁର ୮|୩ : ଆଜି ଜୟପୁର ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସକାଳ ୮ଟା ୪୫ମିନିଟରେ ଦିଲ୍ଲୀରୁ ବାହାରି  ସକାଳ ୧୦ଟା ୪୫ମିନିଟରେ ବିଶାଖାପାଟଣା ପହଞ୍ଚିବେ। ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ୧୧ଟା ୪୦ରେ ଜୟପୁର ପହଞ୍ଚିବେ । ଦିନ ୧୨ଟାରେ ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଟାଉନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେବେ । ସକାଳ  ପ୍ରାୟ ୪୫ ମିନିଟ ମହିଲାଙ୍କ ସହ ଆଲୋଚନା କରିବେ ରାହୁଲ ।

{"id":91512}

ଏହା ପରେ ଦିନ ଗୋଟାଏ ୪୫ରେ ଏକମ୍ବା ପଡିଆରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଚାଷୀଙ୍କୁ ଉଦବୋଧନ ଦେବେ । ଏହି ସମାବେଶରେ ପ୍ରାୟ ଦେଢ ଲକ୍ଷ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୨ଟା ୫୦ରେ ଜୟପୁର ବିମାନବନ୍ଦରରୁ ବିଶାଖାପାଟଣା ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ ରାହୁଲ ।

{"id":91513}

୧୫ ବର୍ଷ ପରେ ଜଣେ କଂଗ୍ରେସ ଅଧ୍ୟକ୍ଷ ଜୟପୁର ଆସୁଥିବାରୁ କଂଗ୍ରେସ ଶିବିର ପୁରା ଚଳଚଞ୍ଚଳ ରହିଛି । ରାହୁଲଙ୍କ ଗସ୍ତକୁ ସଫଳ କରିବାପାଇଁ ରାଜ୍ୟର ସୁବ ଛାମୁଆ କଂଗ୍ରେସ ନେତାଏ ଜୟପୁରରେ ଗତକାଲିଠୁ ଡେରା ପକାଇଛନ୍ତି । ରାହୁଲଙ୍କ ଗସ୍ତ କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରିବ ଏବଂ କୋରାପୁଟ ଜିଲ୍ଲାର ସମସ୍ତ ୫ଟି ସିଟ୍ କଂଗ୍ରେସ ଜିତିବ ବୋଲି କଂଗ୍ରେସ ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେପଟେ ରାହୁଲଙ୍କ ଗସ୍ତ କୋରାପୁଟ ଜିଲ୍ଲାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିରୋଧୀ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.