Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବାଲେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

26/04/2019 at 8:52 AM

ଭୁବନେଶ୍ବର ୨୬|୪: ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବାଲେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅପରାହ୍ନ ୨ଟାରେ ରାହୁଲ ରେମୁଣାର ନରହରି ପଡିଆରେ ଆୟୋଜିତ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସଭାରେ ଓଡିଶା କଂଗ୍ରେସ ପ୍ରଭାରୀ ଟି.ଏସ୍. ସିଂହଦେଓ, ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ୍, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ବର ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ ପିସିସି କର୍ମକର୍ତ୍ତା ଓ ବିଧାୟକ ପ୍ରାର୍ଥୀ ସଭାରେ ଯୋଗଦେବେ ।

ପରେ ଜଳେଶ୍ବର ଏବଂ କେ।ରେଇରେ ରୋଡ୍ ସୋ କରିବେ ଏଆଇସିସି ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ । ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଜଗତସିଂପୁରରେ ରୋଡ୍ ସେ। କରିବେ । ଏଥି ସହ ନାଉଗାଁରେ ସାଧାରଣ ସଭାରେ ଯେ।ଗ ଦେବେ ଆଜାଦ । ୨୭ରେ କୁଜଙ୍ଗରେ ଓଡିଶା ପ୍ରଭାରୀ ଟି.ଏସ୍. ସିଂଦେଓ ଓ ଏନଏସୟୁଆଇ ନେତ୍ରୀ ରାଗିଣୀ ନାୟକ ରୋଡ୍ ସେ। କରିବା ସହ ସାଧାରଣ ସଭାରେ ଯୋଗ ଦେବେ ।

   Related Posts