ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Published By : Prameya-News7 Bureau | March 15, 2019 IST

ବରଗଡ ୧୫|୩ : ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ନିର୍ବାଚନ ତାରିଖ ଘୋଷଣା ପରେ ଏହା ରାହୁଲଙ୍କ ପ୍ରଥମ ଓଡିଶା ଗସ୍ତ । ଆଜି ବରଗଡ ସରସରା ଗାଁରେ ପରିବର୍ତ୍ତନ ସଂକଳ୍ପ ସମାବେଶ କରିବେ ରାହୁଲ ଗାନ୍ଧି । ରାହୁଲଙ୍କ ଗସ୍ତ ନେଇ ଛତିଶଗଡର ସ୍ବାସ୍ଥ୍ୟମନ୍ତ୍ରୀ ତଥା ଓଡିଶା ପ୍ରଭାରୀ ଟି.ଏସ୍.ସିଂଦେଓ ସମାବେଶ ସ୍ଥଳକୁ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି। ଏସପିଜି ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସମାବେଶରେ ୫୦ ହଜାରରୁ ଅଧିକ ଲୋକ ଯୋଗଦେବେ ବୋଲି କଂଗ୍ରେସ ତରଫରୁ ଆକଳନ କରାଯାଇଛି। ଏହା ପୂର୍ବରୁ ରାହୁଲ ଗାନ୍ଧି ଚଳିତ ବର୍ଷ ୪ଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମାର୍ଚ୍ଚ ୮ ରେ ଜୟପୁରରେ ଆୟୋଜିତ ସଭାରେ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। କେନ୍ଦ୍ର ନେତୃତ୍ବାଧିନ ଏନଡିଏ ସରକାରଙ୍କ ପରି ଚଳିତ ନିର୍ବାଚନରେ ମଧ୍ୟ ରାହୁଲଙ୍କ ଫୋକସରେ ମଧ୍ୟ ରହିଛି ଓଡ଼ିଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.