ଆସନ୍ତା ୬ତାରିଖରେ କଳାହାଣ୍ଡି ଆସିବେ ରାହୁଲ ଗାନ୍ଧି ; ସଭାକୁ ସଫଳ କରିବା ପାଇଁ ଭକ୍ତ ଦାସ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ

Published By : Prameya-News7 Bureau | February 02, 2019 IST

କଳାହାଣ୍ଡି ୨|୨: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ କଳାହାଣ୍ଡି ଗସ୍ତ ନେଇ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ ଶିବିର । ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଖେଳିବ ଚାଷୀ କାର୍ଡ । ଆସନ୍ତା ଫେବ୍ରୁଆରୀ ୬ ତାରିଖ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ କଳାହାଣ୍ଡି ଓ ରାଉରକେଲାଠାରେ କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ ସମ୍ପୂର୍ଣ୍ଣ ଚଳଚଞ୍ଚଳ କଂଗ୍ରେସ   ଶିବିର । ପଡୋଶୀ ଛତିଶଗଡ ରାଜ୍ୟରେ କଂଗ୍ରେସର ଅପ୍ରତ୍ୟାଶିତ ବିଜୟ ପରେ କଂଗ୍ରେସର ଫୋକସରେ ଏବେ ରହିଛି ଓଡିଶା ।

{"id":80909}

ଏହି ସମାବେଶରେ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ଉଦବୋଧନ ଦେବେ ରାହୁଲ ଗାନ୍ଧି ।ଏ ନେଇ ଭବାନୀପାଟଣା ରାଧାକୃଷ୍ଣନଗରରେ ପ୍ରସ୍ତୁତି ଜାରି ରହିଛି । ଭବାନୀପାଟଣା ଓ ରାଉରକେଲା ସମାବେଶରେ ରାହୁଲ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦକ୍ଷିଣ ଓ ପଶ୍ଚିମ ଓଡିଶାର ନିର୍ବାଚନ ପ୍ରଚାର ଆରମ୍ଭ କରିବେ ।

{"id":80910}

ସମାବେଶ ପାଇଁ ଲଗାଯାଇଥିବା ପୋଷ୍ଟର ବ୍ୟାନରରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ, ଧାନର ସହାୟକ ମୂଲ୍ୟ ୨୬ଶହ ଟଙ୍କା ପ୍ରତି କ୍ବିଣ୍ଟାଲ, ବାର୍ଦ୍ଧକ୍ୟ ଭତ୍ତା ଏକ ହଜାରକୁ ବୃଦ୍ଧି, ସମସ୍ତଙ୍କୁ ନ୍ୟୂନତମ ନିଶ୍ଚିତ ରୋଜଗାର ଯୋଜନା, ମହିଳା ସଂରକ୍ଷଣ ବିଧେୟକ ପ୍ରମୁଖ ନିର୍ବାଚନୀ ଘୋଷଣା କରି ଜନସାଧାରଣଙ୍କୁ କଂଗ୍ରେସ ପ୍ରତି ଲୋକମାନଙ୍କର ଆସ୍ଥା ଜନ୍ମାଇବାକୁ ପ୍ରୟାସ କରାଯାଇଛି ।

{"id":80911}

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ତତ୍ତ୍ବାବଧାନରେ ଭବାନୀପାଟଣା ସମାବେଶକୁ ସଫଳ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଉଦ୍ୟମ ଜାରି ରହିଛି । ଏହି ସମାବେଶ ଜରିଆରେ  କଂଗ୍ରେସ ଚାଷୀ କାର୍ଡ ଖେଳି ଛତିଶଗଡର ସଫଳତାର ପୁନରାବୃତ୍ତି କରିବା ପାଇଁ ଲକ୍ଷ୍ୟ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.