ପୁଣି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ; ବରଗଡରେ ସ୍ଥିତି ଅନୁଧ୍ୟାନ କଲେ ନିରଞ୍ଜନ ପଟ୍ଟନାୟକ

Published By : Prameya-News7 Bureau | February 13, 2019 IST

ଭୁବନେଶ୍ବର ୧୩|୨:  ପୁଣି ଥରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆସନ୍ତା ୨୬ କିମ୍ବା ୨୭ ରେ ରାହୁଲ ବରଗଡ ଓ ଜୟପୁର ଆସିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ରାହୁଲ ପୂର୍ବାହ୍ନରେ ଜୟପୁର ଓ ଅପରାହ୍ନରେ ବରଗଡରେ ସମାବେଶ କରିବେ । ବରଗଡ ସଭା ପରେ ରାହୁଲ ରାୟପୁର ହୋଇ ନୂଆଦିଲ୍ଲୀ ଫେରିଯିବେ । ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବରଗଡ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ରାହୁଲଙ୍କ ଗସ୍ତ ସଫଳ କରିବା ପାଇଁ ସମସ୍ତ ବଳ କୌଶଳ ଲଗାଇବାକୁ ସେ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଛତିଶଗଡକୁ ଲାଗିଥିବାରୁ ତାର ଲାଭ ଉଠାଇବାକୁ ଚେଷ୍ଟା ଚଳାଇଛି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.