ବରଗଡରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ, କେବଳ ଚୌକିଦାର କହି ରହିଗଲେ ପୂରା କଲେନି ବାକ୍ୟ…

Published By : Prameya-News7 Bureau | March 15, 2019 IST

ବରଗଡ ୧୫|୩ : ଓଡିଶା ଗସ୍ତରେ ଆସି ବରଗଡ ସରସରା ଗାଁରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସମାବେଶରେ ନିଜର ଅଭିଭାଷଣ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ଚାଷୀଙ୍କ ସମସ୍ୟା ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ରାହୁଲ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ନବୀନ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ତାହା ପୂରଣ କରିପାରିନାହାନ୍ତି । ଛତିଶଗଡ ସରକାର ଚାଷୀମାନଙ୍କ ଯେଉଁ ସବୁ ସୁବିଧାମାନ କରିଛନ୍ତି ତାହା ଦେଖିବାକୁ ସେ କହିଛନ୍ତି । ଚିଟ୍ ଫଣ୍ଡ ଓ ମାଇନିଂ ସ୍କାମରେ ବୁଡି ରହିଛନ୍ତି ରାଜ୍ୟ ସରକାର । ଶିକ୍ଷା ଓ ସ୍ବାସ୍ଥ୍ୟକୁ ଘରୋଇକରଣ କରୁଛନ୍ତି ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି । କଂଗ୍ରେସ କ୍ଷମତାକୁ ଆସିଲେ ପିଲାମାନଙ୍କର ପଢା ଖର୍ଚ୍ଚ କମାଇବା ପାଇଁ ରାହୁଲ ଘୋଷଣା କରିଛନ୍ତି ।

ତେବେ ରାହୁଲ ଗାନ୍ଧି ଚିରାଚରିତ ଢଙ୍ଗରେ ମୋଦିଙ୍କୁ ଟାର୍ଗେଟ୍ କରି କେବଳ ଚୌକିଦାର କହି ରହିଯାଇଛନ୍ତି । ବାକ୍ୟ ପୂରା କରିନାହାଁନ୍ତି । ସୂଚନାଯୋଗ୍ୟ ଯେ, ସେ ସବୁବେଳେ ମୋଦିଙ୍କୁ ଟାର୍ଗେଟ୍ କରି ଚୌକିଦାର ଚୋର୍ ହୈ କହିଥାନ୍ତି । ଏହାକୁ ନେଇ ମୁମ୍ବାଇରେ ଚୌକିଦାର ସଂଘ ତାଙ୍କ ବିରୋଧରେ ଥାନାରେ ଏତଲା ରୁଜୁ କରିବା ନେଇ ଚେତାବନୀ ଦେଇଛି । ସେଥିପାଇଁ ରାହୁଲ କେବଳ ଚୌକିଦାର କହି ରହିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.