Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦି ଷ୍ଟାଇଲରେ ଭାଷଣ ଦେଲେ ରାହୁଲ : ପୁଣି ଦୋହରାଇଲେ ରିମୋଟ୍ କଣ୍ଟ୍ରୋ ଲ ପ୍ରସଙ୍ଗ, କଳାହାଣ୍ଡି ସହ ପାରିବାରିକ ସଂପର୍କ ବୋଲି କହିଲେ

6/02/2019 at 1:04 PM

ଭୁବନେଶ୍ବର ୬|୨: ଭବାନୀପାଟଣାରେ ମୋଦିଙ୍କ ଷ୍ଟାଇଲରେ ଭାଷଣ ଆରମ୍ଭ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆପଣମାନଙ୍କୁ ଜୁହାର, ଜୟ ମା ମାଣିକେଶ୍ବରୀ କହି ନିଜର ଅଭିଭାଷଣ ଆରମ୍ଭ କଲେ ରାହୁଲ । କଳାହାଣ୍ଡିର ସହିଦ ଲକ୍ଷ୍ମଣ ନାଏକ ଏବଂ ରେଣ୍ଡୋ ମାଝିଙ୍କୁ ସ୍ମରଣ କଲେ ରାହୁଲ । କଳାହାଣ୍ଡି ସହ ତାଙ୍କର ଘନିଷ୍ଠ ସଂପର୍କ ରହିଛି । ରାଜନୈତିକ ସଂପର୍କ ନୁହେଁ ବରଂ ପ୍ରେମ ଏବଂ ପାରିବାରିକ ସଂପର୍କ ରହିଛି କଳାହାଣ୍ଡି ସହିତ । ରାଜନେତା ନୁହେଁ ପରିବାରର ଜଣ ସଦସ୍ୟ ହୋଇ ଆସିଛନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ଓଡିଶାରେ ୧୮ବର୍ଷ ଧରି ନବୀନ ସରକାର ଶାସନ କରୁଛନ୍ତି । କଳାହାଣ୍ଡିକୁ ନବୀନ ଓ ମୋଦି ଅଣଦେଖା କରିଛନ୍ତି । କଳାହାଣ୍ଡି ପାଇଁ ସ୍ବତନ୍ତ୍ର ଯୋଜନା ହେବା ଦରକାର । ଏହା କଂଗ୍ରେସ ଦଳ ମଧ୍ୟ କରିପାରିବ ।

କଂଗ୍ରେସ ସରକାର ଆସିଲେ ଚାଷୀଙ୍କ ଋଣ ଛାଡ କରାଯିବ । ଛତିଶଗଡରେ ଏମଏସପି ୨୫ଶହ ଓଡିଶାରେ ହେବ ୨୬ ଶହ । ଆଦିବାସୀଙ୍କୁ ସେମାନଙ୍କ ଜମି ଉପରେ ହକ୍ ମିଳିବା ଦରକାର । ୟୁପିଏ ଓ ଏନଡିଏ ଚାଷୀଙ୍କ ପାଇଁ କେତେ ଦେଇଛନ୍ତି ତାହାର ତୁଳନା କରିଛନ୍ତି । ୧୦ ମନରେଗା ଟଙ୍କା ୧୫ଲୋକଙ୍କୁ ଦେଇଛନ୍ତି କେନ୍ଦ୍ର ସରକାର । ଧାନ ପାଇଁ ଛତିଶଗଡ୨ହଜାର ୫ଶହ ଟଙ୍କା ଦିଆଯାଉଛି । ଓଡିଶାର ଚାଷୀଙ୍କୁ ମିଳୁଛି ସେତିକି ଟଙ୍କା । ଓଡିଶାରେ କଂଗ୍ରେସ ଆସିଲେ ୨ହଜାର ଶହ ଟଙ୍କା ଦିଆଯିବ । ଜଳ ଜମି ଜଙ୍ଗଲ ହକ୍ ଆଦିବାସୀଙ୍କୁ ଦେବାକୁ କାମ କରିଛୁ । ବିଜେଡି  ବିଜେପି ଆପଣଙ୍କ ଜମି ଛଡେଇ ନେବାକୁ ଚାହୁଛନ୍ତି । ନିୟମଗିରି ଲଢେଇରେ ଆମେ ଆପଣଙ୍କ ସହ ଲଢିଥିଲୁ ।

ନବୀନ ପଟ୍ଟନାୟକ ଭ୍ରଷ୍ଟାଚାର ଶାସନ ଦେଇଛନ୍ତି । ରାଜ୍ୟରେ ଚିଟଫଣ୍ଡ୍ ଦୁର୍ନୀତି ମଧ୍ୟ ହୋଇଛି । ନରେନ୍ଦ୍ର ମୋଦି ରାଫେଲ୍ ଘୋଟାଲା ଦେଇଛନ୍ତି । ନୋଟବନ୍ଦୀ କରି ଜନତାଙ୍କ ଟଙ୍କା ନୀରବ ମୋଦି, ବିଜୟ ମାଲ୍ୟା, ଅନୀଲ ଅମ୍ବାନୀଙ୍କୁ ଦେଇଛନ୍ତି । ପୁଣି ରିମୋଟ କଣ୍ଟ୍ରୋଲ କଥା ଉଠାଇଲେ ରାହୁଲ । ନରେନ୍ଦ୍ର ମୋଦିଙ୍କୁ ଚୌକିଦାର ଚୋର୍ , ନବୀନ ପଟ୍ଟାନାୟକଙ୍କୁ ରିମୋଟ୍ କଣ୍ଟ୍ରୋଲ କହିଲେ ରାହୁଲ ।  ଏବେ ରିମୋଟ୍ କଣ୍ଟ୍ରୋଲକୁ ତଳେ ରଖନ୍ତୁ ଏବଂ ଟେଲିଭିଜନ ରିମୋଟ୍ କଣ୍ଟ୍ରୋଲକୁ ହାତରେ ନେଇ କଂଗ୍ରେସକୁ ଭୋଟ୍ ଦେବା ପାଇଁ କହିଛନ୍ତି ରାହୁଲ ।

   Related Posts