Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଜୟପୁରରେ ପହଞ୍ଚିଲେ ରାହୁଲ ; ପରିବର୍ତ୍ତନ ସଂକଳ୍ପ ସମାବେଶରେ ଦେବେ ଯୋଗ

8/03/2019 at 12:08 PM

ଜୟପୁର ୮|୩ : ଜୟପୁରରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସ୍ଥାନୀୟ ଗାନ୍ଧୀ ଛକ ସ୍ଥିତ ଟାଉନ୍ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେବେ । ସକାଳ  ପ୍ରାୟ ୪୫ ମିନିଟ୍ ମହଳାଙ୍କ ସହ ଆଲୋଚନା କରିବେ ରାହୁଲ । ଏହା ପରେ ଏକମ୍ବା ପଡିଆରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଚାଷୀଙ୍କୁ ଉଦବୋଧନ ଦେବେ । ଏହି ସମାବେଶରେ ପ୍ରାୟ ଦେଢ ଲକ୍ଷ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଜୟପୁରରୁ ବିଶାଖାପାଟଣା ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ ରାହୁଲ ।

୧୫ ବର୍ଷ ପରେ ଜଣେ କଂଗ୍ରେସ ଅଧ୍ୟକ୍ଷ ଜୟପୁର ଆସୁଥିବାରୁ କଂଗ୍ରେସ ଶିବିର ପୁରା ଚଳଚଞ୍ଚଳ ରହିଛି । ରାହୁଲଙ୍କ ଗସ୍ତକୁ ସଫଳ କରିବାପାଇଁ ରାଜ୍ୟର ସୁବ ଛାମୁଆ କଂଗ୍ରେସ ନେତାଏ ଜୟପୁରରେ ଗତକାଲିଠୁ ଡେରା ପକାଇଛନ୍ତି । ରାହୁଲଙ୍କ ଗସ୍ତ କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରିବ ଏବଂ କୋରାପୁଟ ଜିଲ୍ଲାର ସମସ୍ତ ୫ଟି ସିଟ୍ କଂଗ୍ରେସ ଜିତିବ ବୋଲି କଂଗ୍ରେସ ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେପଟେ ରାହୁଲଙ୍କ ଗସ୍ତ କୋରାପୁଟ ଜିଲ୍ଲାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିରୋଧୀ କହିଛି ।

   Related Posts