ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ; ଯୋଗଦେଲେ ରାହୁଲ ଗାନ୍ଧି

Published By : Prameya-News7 Bureau | January 25, 2019 IST

ଭୁବନେଶ୍ବର ୨୫|୧: ରାଜଧାନୀ ଉପକଣ୍ଠ ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ । ସମାବେଶରେ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସମାବେଶକୁ ନେଇ ରାଜ୍ୟ କଂଗ୍ରେସ ବେଶ ଉତ୍ସାହିତ ଥିବାବେଳେ ରାଜ୍ୟ ରାଜନୀତି ବି ସକ୍ରିୟ ହୋଇପଡିଛି । ଦୀର୍ଘ ସାଢେ ୩ ବର୍ଷ ପରେ ଓଡ଼ିଶା ଆସିଛନ୍ତି ରାହୁଲ । ଏହି ସମାବେଶରେ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସହ କର୍ମୀମାନେ ଯୋଗଦେଇଛନ୍ତି ।

ଭୁବନେଶ୍ବର ବିମାନବନ୍ଦରରୁ ରୋଡ୍ ସୋ କରି ହୋଟେଲ ମେ' ଫେୟାର ଯାଇଥିଲେ ରାହୁଲ । ସେଠାରେ ପୂର୍ବ ନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ତମାଣ୍ଡୋ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି । ଏହା ପରେ ଅପରାହ୍ନ ୪ଟା ୫ରେ ରାହୁଲ କଂଗ୍ରେସ ଭବନରେ ପହଞ୍ଚିବେ । ସେଠାରେ ହାଲ୍ ର କର୍ମଚାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ରାହୁଲ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃମଣ୍ଡଳୀ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ସଂଧ୍ୟା ୫ଟା ୫୦ ମିନିଟରେ ରାହୁଲ କଂଗ୍ରେସ ଭବନ ଛାଡି ବିମାନବନ୍ଦର ଅଭିମୁଖେ ବାହାରିବେ । ସଂଧ୍ୟା ୬ଟା ୩୫ରେ ଦିଲ୍ଲୀ ଯାତ୍ରା କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.