Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶରେ ମୋଦିଙ୍କ ଭ୍ରଷ୍ଟାଚାର ବି ଉତ୍କଟ ସମସ୍ୟା ପାଲଟିଛି : ରାହୁଲ

26/04/2019 at 4:50 PM

ବାଲେଶ୍ବର ୨୬|୪: ଓଡିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବାଲେଶ୍ବରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି ରାହୁଲ । ବିଳମ୍ବ ପାଇଁ ସମବେତ ଜନତାଙ୍କୁ କ୍ଷମା ମାଗିଛନ୍ତି । ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ କହିଛନ୍ତି ଯେ, ବେକାରୀ ଆଜି ମୁଖ୍ୟ ପ୍ରସଙ୍ଗ ହୋଇଛି । କୃଷକ ସମସ୍ୟା ଦେଶର ମୁଖ୍ୟ ସମସ୍ୟା ପାଲଟିଛି । ଦର ବୃଦ୍ଧି ଦେଶର ତୃତୀୟ ସମସ୍ୟା ପାଲଟିଛି ବୋଲି ରାହୁଲ କହିଛନ୍ତି । ଦେଶରେ ମୋଦିଙ୍କ ଭ୍ରଷ୍ଟାଚାର ବି ଉତ୍କଟ ସମସ୍ୟା ପାଲଟିଛି । ମୁଖ୍ୟ ପ୍ରସଙ୍ଗକୁ ମୋଦି ଏଡାଇ ଦେଉଛନ୍ତି । ଅଣପ୍ରସଙ୍ଗ ଉପରେ ମୋଦି ଅଧିକ ଧ୍ୟାନ ଦେଉଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଗରିବଙ୍କ ପାଇଁ କାମ କରିବ । ୨୫କୋଟି ଲୋକଙ୍କୁ ବାର୍ଷିକ ୭୨ ହଜାର ଦେବୁ ବୋଲି ରାହୁଲ କହିଛନ୍ତି । ମହିଳାମାନଙ୍କ ବ୍ୟାଙ୍କ୍ ଖାତାକୁ ଟଙ୍କା ପଠାଯିବ ।

   Related Posts