Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କେନ୍ଦ୍ର ସରକାରଙ୍କୁ ପୁଣି ରାହୁଲଙ୍କ ଟାର୍ଗେଟ୍ ; ରାଫେଲ୍ ଡିଲ୍ ଦସ୍ତାବିଜ୍ ଚୋରି ନେଇ ପୁଣି ବର୍ଷିଲେ

7/03/2019 at 12:12 PM

ନୂଆଦିଲ୍ଲୀ ୭|୩ : କେନ୍ଦ୍ର ସରକାରଙ୍କୁ ପୁଣି ରାହୁଲଙ୍କ ଟାର୍ଗେଟ୍ । ରାଫେଲ କାଗଜପତ୍ର ଚୋରି ହୋଇଥିବା ନେଇ ଗତକାଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିବା ପରେ ଆଜି ଏନଡିଏ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତଥ୍ୟ କୁଆଡେ ଗଲା ଏବଂ କିଏ ନେଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି କହିଛନ୍ତି । ମୋଦି ଓ ତାଙ୍କ କାର୍ଯ୍ୟାଳୟକୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ​ ସେ ମଧ୍ୟ ଦାବି କରିଛନ୍ତି ।

ସେପଟେ ପୁଣି ଥରେ ଅନିଲ ଆମ୍ବାନିଙ୍କ ପ୍ରସଙ୍ଗ ଉଠାଇ ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ତଥ୍ୟ ଚୋରି ଘଟଣାର ତ ତଦନ୍ତ ହେବ । କିନ୍ତୁ ୩୦ ହଜାର କୋଟି ସ୍କାମ୍ ଘଟଣାର କଣ ହେବ । ସେପଟେ ରାହୁଲଙ୍କ କଟାକ୍ଷର କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ । ସେ କହିଛନ୍ତି ରାହୁଲ ଗାନ୍ଧୀ ବାୟୁସେନାପକୁ ବିଶ୍ବାସ କରନ୍ତି ନି କି ସୁପ୍ରିମକୋର୍ଟଙ୍କୁ ମଧ୍ୟ ନୁହେଁ। ସିଏଜିଙ୍କୁ ମଧ୍ୟ ବିଶ୍ବାସ କରନ୍ତି ନାହିଁ । ତେବେ କଣ ସେ ପାକିସ୍ତାନକୁ ବିଶ୍ବାସ କରିବାକୁ ଚାହୁଁଛନ୍ତି ନା କଣ ।

   Related Posts