Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଐତିହାସିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ: ଡିଜିଟାଲ୍ ତରିକାରେ ହେବ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନ

21/11/2020 at 12:59 PM

ନୂଆଦିଲ୍ଲୀ ୨୧/୧୧ : କଂଗ୍ରେସ ଦଳ ମଧ୍ୟରେ ଅନେକ ଦିନ ହେଲା ମତଭେଦ ଚାଲିଛି। ବର୍ତ୍ତମାନ ଦଳ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି। ଦଳର ନୂଆ ଅଧ୍ୟକ୍ଷ ଡିଜିଟାଲ ତରିକାରେ ଚୟନ କରାଯିବ। ଏଥିପାଇଁ ଦଳ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମତଦାତା ତାଲିକାରେ ସାମିଲ ଥିବା ଅଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରତିନିଧି କାର୍ଡ ଜାରି କରିବାକୁ ପ୍ରସ୍ତୁତି କରୁଛନ୍ତି। ଅଧ୍ୟକ୍ଷ ପଦ ନିର୍ବାଚନରେ ପାଖାପାଖି ୧୫୦୦ ପ୍ରତିନିଧି ଭୋଟ କରନ୍ତି। ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣା ଖୁବ ଶୀଘ୍ର ହୋଇପାରେ।

ଦେଶର ସବୁଠାରୁ ପୁରୁଣା ଦଳ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ଏଆଇସିସି ପ୍ରତିନଧିଙ୍କୁ ପରିଚୟ ପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛି। ଅଧ୍ୟକ୍ଷ ପଦ ନିର୍ବାଚନ ଦାୟିତ୍ୱ ନେଇଥିବା କେନ୍ଦ୍ର ନିର୍ବାଚନ ପ୍ରାଧିକରଣର ଜଣେ ସଦସ୍ୟ କହିଛନ୍ତି ଯେ ଏଥର ଡିଜିଟାଲ ତରିକାରେ ନିର୍ବାଚନ ହେବ। ଏହି କାର୍ଡରେ ଏକ ବାର କୋଡ଼ ଥିବ। ଏହି କୋଡ଼କୁ ସ୍କାନ କଲେ ସଦସ୍ୟ ସମ୍ପର୍କରେ ତମାମ ସୂଚନା ସ୍କ୍ରିନରେ ଦେଖାଯିବ। ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ପାଇଁ ଖୁବ ଶୀଘ୍ର କଂଗ୍ରେସ କାର୍ଯ୍ୟସମିତି ବୈଠକ ବସିବ।

କେନ୍ଦ୍ର ନିର୍ବାଚନ ପ୍ରାଧିକରଣର ଜଣେ ସଦସ୍ୟ କହିଛନ୍ତି ଯେ ଅଧ୍ୟକ୍ଷ ପଦ ପାଇଁ ଏକାଧିକ ପ୍ରାର୍ଥୀ ଥିଲେ ମତଦାନ ହେବ। ତେବେ ମତଦାନ ବାଲେଟ ପେପର ମାଧ୍ୟମରେ ହେବ ନା ଡିଜିଟାଲ ମାଧ୍ୟମରେ ହେବ ସେ ନେଇ ସିଡବ୍ଳ୍ୟୁସି ନିଷ୍ପତ୍ତି ନେବ। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ନୂଆ ବର୍ଷ ଆରମ୍ଭ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଦଳର ନୂଆ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୨୦୨୨ ଯାଏଁ ରହିବ। ୨୦୧୭ରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ହାରିଯିବା ପରେ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ଅନ୍ତରୀଣ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀ ଦାୟିତ୍ୱ ନେଇଛନ୍ତି।

ନୂଆ ଅଧ୍ୟକ୍ଷ ପଦ ନିର୍ବାଚନ କଂଗ୍ରେସ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ। ଗୋଟିଏ ପରେ ଗୋଟିଏ ନିର୍ବାଚନରେ ହାରିବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି। ଏହିଭଳି ସ୍ଥିତିରେ ନିର୍ବାଚନକୁ ସମ୍ପୂର୍ଣ ସ୍ୱଚ୍ଛ ଓ ଗଣତାନ୍ତ୍ରିକ କରିବା ଏକ ଚ୍ୟାଲେଞ୍ଜ ଯେପରି ସମାଲୋଚକଙ୍କୁ କୌଣସି ମଉକା ନ ମିଳେ। ୨୩ ଅସନ୍ତୁଷ୍ଟ ନେତା ପତ୍ର ଲେଖିବା ପରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷ ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ ପ୍ରାଧିକରଣ ଗଠନ କରିଥିଲେ। ଅଧ୍ୟକ୍ଷ ପଦ ନିର୍ବାଚନ ଦାୟିତ୍ୱ ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କୁ ଦିଆଯାଇଛି।

   Related Posts