Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କ୍ୟାପ୍ଟେନ୍‌-ସିଦ୍ଧୁଙ୍କ ସମନ୍ବୟ ରକ୍ଷା ପାଇଁ କଂଗ୍ରେସ ତିଆରି କଲା ଫର୍ମୁଲା, ଖୁବଶୀଘ୍ର ହୋଇପାରେ ଘୋଷଣା

1/07/2021 at 9:26 PM

ଚଣ୍ଡୀଗଡ଼ ୧/୦୭: ପଞ୍ଜାବ ନିର୍ବାଚନ ପୂର୍ବରୁ ଘର ସଜାଡ଼ିବାକୁ କଂଗ୍ରେସ କୌଣସି  ଏକ ବଡ଼ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛି। ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ସମ୍ମାନଜନକ ଫର୍ମୁଲା ପର୍ଯ୍ୟନ୍ତ ପହଞ୍ଚିଥିବା ନେଇ କଂଗ୍ରେସ କହିଛି। ଏହି ଫର୍ମୁଲା ଖୁବଶୀଘ୍ର ଘୋଷଣା କରିବ ଦଳ। କ୍ୟାପ୍ଟେନଙ୍କ ମାନଭଞ୍ଜନ ଜାରି ରହିଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ସେପଟେ ରାଜ୍ୟରେ ସତ୍ତା ବିରୋଧୀ ଲହରରେ ବ୍ରେକ୍‌ ଲଗାଇବାକୁ ରାଜ୍ୟରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହୋଇପାରେ। ଏହା ସହ ପ୍ରଦେଶ କଂଗ୍ରେସରେ ଅଦଳବଦଳ କରିବାକୁ ଦଳ ପ୍ରସ୍ତୁତ ହେଉଛି।

ଲୋକଙ୍କୁ ଦୁଇ ଶହ ୟୁନିଟ୍‌ ବିଜୁଳୀ ମାଗଣା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେବାକୁ କୁହାଯାଇଥିଲା। କିନ୍ତୁ ସେ ଏମିତି କଲେ ନାହିଁ । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମଗଣା ବିଜୁଳୀ ଦେବାକୁ ଘୋଷଣା କରିଦେଲେ ବୋଲି କଂଗ୍ରେସର ଅନ୍ୟ ଜଣେ ତୁଙ୍ଗ ନେତା ସୂଚନା ଦେଇଛନ୍ତି। ଅନ୍ୟପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ଏବଂ ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ସହ ସିଦ୍ଧୁ ସାକ୍ଷାତ କରିବା ପରେ ତାଙ୍କୁ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ଏବେ ପର୍ଯ୍ୟନ୍ତ ସିଦ୍ଧୁଙ୍କୁ କୌଣସି ପ୍ରକାର ଦାୟିତ୍ବ ଦେବାକୁ କ୍ୟାପ୍ଟେନ ସିଂହ ବିରୋଧ କରିଆସିଥିଲେ। ଏହା ସତ୍ବେ ମଧ୍ୟ ପାର୍ଟି ଆଗାମୀ ସପ୍ତାହ ସୁଦ୍ଧା କୌଣସି ଏକ ଫର୍ମୁଲା ଘୋଷଣା କରିପାରେ। କଂଗ୍ରେସ ସୂତ୍ର ଅନୁସାରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଯେ, ପଞ୍ଜାବକୁ ନେଇ ସୋନିଆ ଗାନ୍ଧୀ ଖୁବଶୀଘ୍ର ବଡ଼ ଘୋଷଣା କରିବେ। ରାଜ୍ୟ ପ୍ରଭାରୀ ଭାବେ କାର୍ଯ୍ୟରତ ହରୀଶ ରାଓ୍ବତଙ୍କୁ ପଦରୁ ହଟାଇ ଦିଆଯାଇପାରେ।

ଏହାର କାରଣ ଆଗାମୀ ବର୍ଷ ଉତ୍ତରାଖଣ୍ଡ ନିର୍ବାଚନ ହେବାକୁ ଯାଉଛି । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ହିଁ ସେଠାରେ କଂଗ୍ରେସର ବଡ଼ ଚେହେରା। ତାଙ୍କ ସ୍ଥାନରେ ଜେପି ଅଗ୍ରଓ୍ବାଲଙ୍କୁ ପଞ୍ଜାବର ପ୍ରଭାରୀ ନିଯୁକ୍ତ କରିପାରନ୍ତି ପାର୍ଟି ସୁପ୍ରିମୋ। ଯଦିଓ ଏହି ସିଟ୍‌ ପାଇଁ ନାମ ଚୂଡ଼ାନ୍ତ ହୋଇନାହିଁ ସିଦ୍ଧୁ ମଧ୍ୟ ଏଥିପାଇଁ ଅପେକ୍ଷା କରିଛନ୍ତି। ଏପରିକି ସିଦ୍ଧୁ ପ୍ରଭାରୀ ହେବାକୁ ଜିଦ ଧରିଥିବା ବେଳେ  ଉପମୁଖ୍ୟମନ୍ତ୍ରୀ ପଦର ଅଫରକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି ।  

   Related Posts