ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, ଦେଇଥିଲେ 'ଲଡକି  ହୁଁ, ଲଡ ସକତି ହୁଁ' ନାରା

Published By : Prameya-News7 Bureau | January 19, 2022 IST

ନୂଆଦିଲ୍ଲୀ ୧୯।୦୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ନେତାଙ୍କ ଦଳ ଅଦଳ ବଦଳ ପର୍ବ ଜାରି ରହିଛି। ଏହା ମଧ୍ୟରେ ୟୁପିରେ କଂଗ୍ରେସର 'ଲଡକି  ହୁଁ, ଲଡ ସକତି ହୁଁ', ଅଭିଯାନର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟଙ୍କ ବିଧାନସଭା ପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ୍ ହେବାର ସମ୍ଭାବନା ରହିଛି। ଇଣ୍ଡିଆ ଟୁଡେର ସୂତ୍ର ଅନୁଯାୟୀ,ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସରୁ ଟିକେଟ୍ ନମିଳିବା କାରଣରୁ ପ୍ରିୟଙ୍କା ମୌର୍ଯ୍ୟ ନିରାଶ ଅଛନ୍ତି। ତେଣୁ ସେ ହାତ ଛାଡି ଖୁବ୍ ଶୀଘ୍ର ବିଜେପିରେ ସାମିଲ୍ ହୋଇ ପାରନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶରେ ମହିଳା କଂଗ୍ରେସ ଉପାଧ୍ୟକ୍ଷ ପ୍ରିୟଙ୍କା ମୌର୍ଯ୍ୟ କହିଛନ୍ତି, କଂଗ୍ରେସ ମୋର ଚେହେରା, ମୋର ନାମ ଏବଂ ମୋର ୧୦ ଲକ୍ଷ ସୋସିଆଲ ମିଡିଆ ଫୋଲର୍ସଙ୍କ ବ୍ୟବହାର ପ୍ରଚାର ପାଇଁ କରିଛି। ମାତ୍ର ଯେବେ ନିର୍ବାଚନରେ ଟିକେଟ୍ ଦେବା କଥା ଆସିଲା, ଦଳ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରି ଅନ୍ୟଙ୍କୁ ଟିକେଟ୍ ଦେଇଛି। ଏହା ମୋ ପ୍ରତି ଘୋର ଅନ୍ୟାୟ। ମୋତେ ଏଥିପାଇଁ ଟିକେଟ୍ ମିଳିଲାନି କାରଣ ମୁଁ ଜଣେ ଓବିସି ଝିଅ ଏବଂ ମୁଁ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ସନ୍ଦୀପ ସିଂହଙ୍କୁ ଲାଞ୍ଚ ଦେଇପାରି ନଥାନ୍ତି।

କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ 'ଲଡକି  ହୁଁ, ଲଡ ସକତି ହୁଁ', ଅଭିଯାନର ପୋଷ୍ଟରରେ ସବୁଠୁ ଆଗରେ ଥିବା ପ୍ରିୟଙ୍କା ମୌର୍ଯ୍ୟ ଲକ୍ଷ୍ନୌର ସରୋଜିନୀ ନଗର ଆସନରୁ ନିର୍ବାନ ଲଢିବାକୁ ପ୍ରସ୍ତୁତି କରିଥିଲେ। ମାତ୍ର ଗତକାଲି ଜାରି ପ୍ରାର୍ଥୀ ତାଲିକାରେ ଉକ୍ତ ଆସନରେ ରୁଦ୍ର ଦମନ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ପରେ ପ୍ରିୟଙ୍କା ମୌର୍ଯ୍ୟ କହିଛନ୍ତି, ଲାଞ୍ଚ ଟଙ୍କା ଆଉ କେହି ନୁହେଁ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ସନ୍ଦୀପ ସିଂହ ମାଗିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.