ରାଜସ୍ଥାନରେ ପୁଣି ସଙ୍କଟରେ ଗେହଲଟ୍ ସରକାର : କଂଗ୍ରେସର ଅଭିଯୋଗ- 'ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରୁଛି ବିଜେପି'

Published By : Prameya-News7 Bureau | December 07, 2020 IST

ଜୟପୁର,୦୭/୧୨:  ରାଜସ୍ଥାନରେ ପୁଣି ଥରେ ରାଜନୈତିକ ଗତିବିଧି ଜୋର୍ ଧରିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଯାଇଛି । ଏହାକୁ ନେଇ ଅଶୋକ ଗେହଲଟ ବିଜେପି ବିରୋଧରେ ପୁଣି ସରକାର ଭାଙ୍ଗିବା ନେଇ ଷଡଯନ୍ତ୍ର ରଚାଯାଇଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ସୋମବାର ମନ୍ତ୍ରୀ ପରିଷଦ ବୈଠକ ଡାକିଛନ୍ତି । କୁହାଯାଉଛି ଯେ, ଗେହଲଟ୍ ବୈଠକରେ ସରକାର ଭାଙ୍ଗିବା ପାଇଁ ଚାଲିଥିବା ଷଡଯନ୍ତ୍ରକୁ  ଅନ୍ୟ ସହଯୋଗୀଙ୍କ ସାମ୍ନାରେ ରଖିବେ । ଏହା ଉପରେ ଚର୍ଚ୍ଚା ମଧ୍ୟ କରିବେ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଜୟପୁରରେ ଆସି ପହଁଚିଯାଇଛନ୍ତି । ଏପରିକି କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଡୋଟାସରା ଦଳୀୟ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ।

ଗୋବିନ୍ଦ ସିଂ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ଚାହୁଁଛନ୍ତି । ଏନେଇ ପ୍ରମାଣ ରହିଛି । ୩ଜଣ ସ୍ୱାଧିନ ବିଧାୟକଙ୍କ ସହ ୨ ବିଏସପିରୁ କଂଗ୍ରେସ ଆସିଥିବା ବିଧାୟକ ଅଶୋକ ଗେହଲଟଙ୍କୁ ବିଜେପି ସେମାନଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ।

ତେବେ ବିଜେପି ଏହାକୁ ଖଣ୍ଡନ କରିବା ସହ ମିଛ ବୋଲି କହିଛି । ଯଦି କୌଣସି ବିଧାୟକ ଏହି କଥା ମୁଖ୍ୟମନ୍ତ୍ରୀଙ୍କୁ କୁହଛନ୍ତି ତାହାର କାରଣ ହେଉଛି ମନ୍ତ୍ରୀପଦ । କାରଣ ଅନେକ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଲୋଭ ଦେଖାଯାଇଥିଲା । ଯାହା ଏବେସୁଦ୍ଧା ପୂରଣ ହୋଇନାହିଁ । ସେହିପରି ସଚିନ ପାଇଲଟଙ୍କ ଗୋଷ୍ଠୀ ଏ ଘଟଣାରେ ନୀରବତା ଅବଲମ୍ବନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.