Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କଂଗ୍ରେସ ପାଇଁ ଟେନସନ୍ ପଞ୍ଜାବ ରାଜନୀତି, କ୍ୟାପ୍ଟେନ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ହେଲାଣି ଉଗ୍ର

3/05/2021 at 9:26 AM

ଚଣ୍ଡିଗଡ, ୦୨।୦୫:  ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇସାରିଛି । ଏବେ କଂଗ୍ରେସର ପୁରା ଫୋକସ୍ ପଞ୍ଜାବ ଉପରେ ରହିଛି । କାରଣ ଆଉ କିଚି ମାସ ପରେ ପଞ୍ଜାବରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ନିର୍ବାଚନକୁ ଆଉ ଗୋଟିଏ ବର୍ଷରୁ କମ୍ ସମୟ ଥିବା ବେଳେ କଂଗ୍ରେସ କିନ୍ତୁ ଏବେଠୁ ରଣନୀତି ଆରମ୍ଭ କରିଦେଇଛି । କିନ୍ତୁ ଦଳ ପାଇଁ ସବୁଠୁ ବଡ ଟେନସନ୍ ପାଲଟିଛି ଗୋଷ୍ଠୀ କନ୍ଦଳ ।

ରାଜ୍ୟ କଂଗ୍ରେସର ୨ ବରିଷ୍ଠ ନେତା ଏବେ ମୁହାଁମୁହିଁ ସ୍ଥିତିରେ ।କ୍ୟାପ୍ଟେନ ଅମରିନ୍ଦର ସିଂ ଓ ନବଜ୍ୟୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଥିବା ବିବାଦକୁ ଗୁରୁତର ସହ ନେଇପାରନ୍ତି ଦଳର ହାଇକମାଣ୍ଡ । କୁହାଯାଉଛି େ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କଂଗ୍ରେସ ହାଇକମାଣ୍ଡଙ୍କୁ ନିର୍ବାଚନ ପୂର୍ବରୁ ଜିଲ୍ଲା ସଭାପତି ନିର୍ବାଚନ ସାରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ଦୀର୍ଘ ଦିନ ଧରି ଅଟକି ରହିଛି ।

ଅନ୍ୟଦିଗରେ ସିଦ୍ଧୁଙ୍କ ସହ କ୍ୟାପ୍ଟେନଙ୍କର ଚାଲିଥିବା ଶୀତଳ ଯୁଦ୍ଧକୁ ନେଇ ରାଜ୍ୟ ରାଜନୀତି ସରଗରମ ।ଉଭୟନେତାଙ୍କ ମଧ୍ୟରେ କୋଟକପୁରା ଫାୟାରିଂ କେସ୍‌କୁ ନେଇ ବୟାନବାଜି ଜୋର୍ ଧରିଛି । କ୍ୟାପ୍ଟେନଙ୍କ ସମର୍ଥକମାନେ ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀ ଯାଇପାରନ୍ତି । ଏନେଇ ଅନେକ ଥର କ୍ୟାପ୍ଟେନ ମଧ୍ୟ ସୂଚନା ଦେଇସାରିଛନ୍ତି ।

ତେବେ ଦେଖିବାକୁ ବାକି ରହିଲା ଯେ, କଂଗ୍ରେସ ଦଳର ହାଇକମାଣ୍ଡ ଏନେଇ କଣ ନିଷ୍ପତ୍ତି ନେବେ । ଏହି ମାମଲାର ସମାଧାନ ପାଇଁ ଦଳ ହରିଶ ରାଓ୍ୱତଙ୍କୁ ପଞ୍ଜାବ ପଠାଇପାରେ ବୋଲି କୁହାଯାଉଛି ।

   Related Posts