Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିରବି ଯାଇଛି ପିପିଲି: ପରିବାରର ଜଣଙ୍କୁ ପ୍ରାର୍ଥୀ କରିବାକୁ ରଣନୀତି କରୁଛି କଂଗ୍ରେସ

15/04/2021 at 7:00 PM

ଭୁବନେଶ୍ୱର ୧୫/୦୪ : ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେଇ ସାରିଛନ୍ତି । ନିର୍ବାଚନ କମିଶନ ପିପିଲି ଉପନିର୍ବାଚନ ଲାଗି ନୂଆ ତାରିଖ ଘୋଷଣା ପରେ ପକ୍ରିୟା ଆରମ୍ଭ ହେବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି । ସେପଟେ ପ୍ରଚାରରେ କମ୍ଫୁଥିବା ପିପିଲିରେ ଆଜି ନିରବ । ପ୍ରଚାରର ଶେଷ ତାରିଖ ଥିଲେ ବି ଅଜିତଙ୍କ ଦେହାନ୍ତ ପରେ ପିପିଲିରେ ସବୁ ଦଳ ପ୍ରଚାର ବନ୍ଦ କରିଛନ୍ତି । ସେପଟେ ନିର୍ବାଚନ ଘୁଞ୍ଜିବାରେ କୈଣସି ଫରକ ପଡିବନି ବୋଲି ବିଜେଡି ଓ ବିଜେପି ଦଯୁକ୍ତି ବାଢିଥିବାବେଳେ କଂଗ୍ରେସ ଅଜିତଙ୍କ ପରିବାରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ରଣନୀତି କରୁଛି ।
ପିପିଲି ଉପନିର୍ବାଚନ ଲାଗି ପୁଣି ଘୋଷଣା ହେବ ନୂଆ ତାରିଖ । ପ୍ରକାଶ ପାଇବ ସାନି ବିଜ୍ଞପ୍ତି । ଭୋଟ ଗ୍ରହଣର ତିନି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହେବା ପରେ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ରିଟଣ୍ଣି ଅଫିସର । ଏ ସଂପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେଇଛନ୍ତି । ଜନ ପ୍ରତିନିଧୀ ଆଇନ ଅନୁସାରେ କେବଳ କଂଗ୍ରେସକୁ ପ୍ରାର୍ଥୀ ଦେବାକୁ ଆଉ ଥରେ ସୁଯୋଗ ମିଳିବ । ସେଥିପାଇଁ ପିପିଲି ଉପନିର୍ବାଚନ ନୂଆ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ତାରିଖ ଘୋଷଣା ପରେ ବିଜ୍ଞପ୍ତି ପ୍ରକାଶ ହେବ ଓ ପୁଣି ଥରେ ପୁରା ପ୍ରକ୍ରିୟା ହେବ ।
କଂଗ୍ରେସ ପ୍ରାର୍ଥୀ ଅଜିତଙ୍କ ଦେହାନ୍ତ ପରେ ପିପିଲି ଅଞ୍ଚଳ ଖାଁ ଖାଁ ଲାଗୁଛି । ରାସ୍ତା ଘାଟରେ ପୂର୍ବ ଗହଳି ନାହିଁ । ଭୋଟ ଲାଗି ଆଜି ପ୍ରଚାରର ଶେଷ ଦିନ ଥିଲେ ବି କାଲିଠାରୁ ପ୍ରଚାର ବନ୍ଦ କରି ଦେଇଛନ୍ତି ସବୁ ଦଳ । ପିପିଲିରେ ଡେରା ପକାଇଥିବା ତିନି ଦଳର ହେବି ୱେଟ ନେତା ଆଇ ପିପିଲିରେ ନାହାନ୍ତି । କଂଗ୍ରେସ, ବିଜେପି ଓ ବିଜେଡି ତିନୋଟି ଜାକ ପାର୍ଟି ଅଫିସ ରେ ଗହଳି ନାହିଁ । ସେପଟେ ଅଜିତଙ୍କ ନିଜ ଗାଁ ଆଙ୍କୁଲିରେ ଶୋକାକୂଳ ପରିବେଶ । ଅଜିତଙ୍କ ଜନ୍ମ ମାଟିରେ ଲୋକେ ତାଙ୍କ ଦେହାନ୍ତକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଦଳୀୟ କର୍ମୀଙ୍କ ଠଉ ଆରମ୍ଭ କରି ପରିବାର ଓ ପ୍ରିୟ ଜନଙ୍କ ଆଖିରେ ଲୁହ ଝରୁଛି ।
ନିର୍ବାଚନ ଆଉ ମାତ୍ର ଦୁଇଦିନ ଥିଲା । ଏଭଳି ସ୍ଥିତିରେ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଏଭଳି ଏକ ଦୁଃଖଦ ଘଟଣା ପିପିଲି ଉପନିର୍ବାଚନ ରାଜନୈତିକ ପାଣିପାଗକୁ ବିଗା଼ଡି ଦେଇଛି । ପିପିଲିରେ ଲୋକଙ୍କ ସମର୍ଥନ ବିଜେପି ସହ ଥିଲା । ତେବେ ନୂଆ ନିର୍ବାଚନ ତାରିଖ ପୁଣି ଘୋଷଣା ହେଲେ ଦଳୀୟ କାର୍ଯ୍ୟକର୍ତ୍ତା ଆଉ ଥରେ ଦୁଇ ଗୁଣା ଉତ୍ସାହର ସହ କାମ କରିବେ ଓ ଦଳକୁ ସେଇ ସମର୍ଥନ ମିଳିବ ବୋଲି ବିଜେପି କହିଛି । ବିଜେଡି କହିଛି ପୁଣି ମତଦାନ ତାରିଖ ଘୋଷଣା ହେଲେ ସେଇ ସମାନ ଭଲ ପାଇବା ଦଳକୁ ମିଳିବ । ତାରିଖ ବଦଳିଲେ ବି ଲୋକେ ମନସ୍ଥିର କରିଛନ୍ତି ଆଉ ବଦଳିବେନି । ସେପଟେ ପ୍ରାର୍ଥୀଙ୍କ ଦେହାନ୍ତରେ ଶୋକରେ ଥିବା କଂଗ୍ରେସ ଅଜିତଙ୍କ ପତ୍ନୀ ଓ ଭାଇଙ୍କ ଭିତରୁ କାହାକୁ ପ୍ରାର୍ଥୀ କରାଯିବା ନେଇ ସଙ୍କେତ ଦେଇଛି ।
ପ୍ରତୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ହେଉଥିଲା । ହେଲେ ଏବେ ପ୍ରାର୍ଥୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ସ୍ଥଗିତ ହେଲା । ତେବେ ନୂଆ ତାରିଖ ଘୋଷଣା ପରେ ପୁଣି ନୂଆ ରଣନୀତି ନେଇ ପିପିଲି ମଇଦାନକୁ ଓହ୍ଲାଇବେ ତିନି ପ୍ରମ୍ମୁଖ ଦଳ ।

   Related Posts