କଂଗ୍ରେସ ଟିକଟ ପାଇଁ ସରିଲା ମାନଦଣ୍ଡ ନିର୍ଧାରଣ

Published By : Prameya-News7 Bureau | August 20, 2018 IST

ଭୁବନେଶ୍ୱର ୨୦/୮ : ୨୦୧୯ ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ କମିଟି ପ୍ରାର୍ଥୀଙ୍କ ଲାଗି ୪ ଟି ମାନଦଣ୍ଡ ନିର୍ଧାରଣ କରିଛି | ସେଗୁଡିକ ହେଲା : ୧. ଯେଉଁମାନେ ଗତ ନିର୍ବାଚନରେ ଅମାନତ ହରାଇଛନ୍ତି ସେମାନଙ୍କୁ ଟିକଟ ଦିଆଯିବ ନାହିଁ ୨. ଯେଉଁମାନେ ଲଗାତାର ଭାବେ ମାତ୍ର ୫ ରୁ ୧୦ ହଜାର ଭୋଟ ପାଉଛନ୍ତି ସେମାନଙ୍କ ସ୍ଥାନରେ ନୂଆ ମୁହଁଙ୍କୁ ସୁଯୋଗ ଦିଆଯିବ ୩. ବିଜୟ ସମ୍ଭାବନା ଥିବା ନେତାଙ୍କୁ ହିଁ ଟିକଟ ଦିଆଯିବ ୪. ବିଧାୟକ ମାନକ ଟିକଟ ଅପରିବର୍ତ୍ତିତ ରହିବ ଆଜି ସକାଳ ୯.୪୫ ମିନିଟରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପିଇସି ବୈଠକରେ ଗତ ନିର୍ବାଚନ ବେଳେ ଟିକଟ ଆବଣ୍ଟନରେ ହୋଇଥିବା ହେରଫେର ନେଇ ମଧ୍ୟ ଆଲୋଚନା ହୋଇଥିଲା | ଚଳିତ ଥର ଏନେଇ ଯେପରି କୌଣସି କେଳେଙ୍କାରୀ ନହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମତ ପ୍ରକାଶ ପାଇଥିଲା | ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ପ୍ରସାଦ ସିଂ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ୩ ଜଣ କାର୍ଯ୍ୟକାରୀ ସଭାପତି, ଚିରଞ୍ଜିବୀ ବିଶ୍ୱାଳ, ପ୍ରଦୀପ ମାଝୀ, ନବକିଶୋର ଦାସ ୨୧ ଜଣ ପିଇସି ସଦସ୍ୟ ଓ ଦଳର ଅନ୍ୟାନ୍ୟ ଛାମୁଆ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ | ଅପରାହ୍ନରେ ପୁଣି ପିଇସିର ବୈଠକ ଅନୁଷ୍ଠିତ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.