କଂଗ୍ରେସର ଟିକେଟ୍ କସରତ ; ଆଜି ବସିବ ପିଇସି ବୈଠକ
1/10/2018 at 10:09 AM

ଭୁବନେଶ୍ବର ୧|୧୦: କଂଗ୍ରେସର ଟିକେଟ୍ କସରତ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟୟରେ ୫୦ ଟିକେଟ୍ ଦେବା ପାଇଁ କଂଗ୍ରେସ ଭବନରେ ଆଜି ବସିବ ପିଇସି ବୈଠକ । ଆଜି ସାଢ଼େ ୧୧ଟାରେ ବସିବ ପିଇସି ବୈଠକ । ତାପରେ ପୁଣି ଦିନ ୨ଟାରେ ବସିବ ପିଇସି ଏବଂ ସ୍କ୍ରିନିଂ କମିଟି ବୈଠକ । ଆଲୋଚନା, ପର୍ଯ୍ୟାଲୋଚନା ପରେ କଂଗ୍ରେସ ତାର ୫୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ସ୍କ୍ରିନିଂ କମିଟି ଗତକାଲିଠୁ ଆରମ୍ଭ କରିଛି କସରତ । ୨୮ ବରିଷ୍ଠ ନେତାଙ୍କ ଠାରୁ ଜିଲ୍ଲାୱାରୀ ତଥ୍ୟ ସଂଗ୍ରହ କରିବା ସହ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଛି କମିଟି । ବରିଷ୍ଠ ନେତାଙ୍କ ଠାରୁ ୬ଟି ଦିଗ ଉପରେ ତଥ୍ୟ ସଂଗ୍ରହ କରିଛି ସ୍କ୍ରିନିଂ କମିଟି । ପ୍ରତି ନେତାଙ୍କ ସହିତ ୨୦ରୁ ୨୫ ମିନିଟ୍ ଧରି କମିଟିର ସଦସ୍ୟ ମାନେ ଆଲୋଚନା କରିଥିଲେ । ସଙ୍ଗଠନଠାରୁ ଆରମ୍ଭ କରି ପ୍ରାର୍ଥୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରିଛି ଏହି କିମିଟି ।