ଆଜି ବସୁଛି କଂଗ୍ରେସର ପିଇସି ବୈଠକ
20/08/2018 at 5:44 AM

ଭୁବନେଶ୍ବର ୨୦/୮ : ଆଜି ବସିବ କଂଗ୍ରେସର ପିଇସି ବୈଠକ। ବୈଠକରେ ବର୍ତ୍ତମାନର ବିଧାୟକଙ୍କ ସମେତ ୫୦ ଜଣଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା ନେଇ ବୈଠକରେ ଆଲୋଚନା ହୋଇପାରେ। ବୈଠକରେ ପ୍ରାର୍ଥୀଙ୍କ ମାନଦଣ୍ଡ ନେଇ ରିଜୋଲ୍ୟୁସନ ପାରିତ ହେବ। ଏହାପରେ ଏକ ତାଲିକା ପ୍ରସ୍ତୁତ କରାଯାଇ ୧୫ ଦିନ ଭିତରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂ । ନିର୍ବାଚନ ପାଇଁ କମର କଷିଛି କଂଗ୍ରେସ। ପରିବର୍ଦ୍ଧିତ ପିସିସି ମେମ୍ବର ବୈଠକରେ ତୃଣମୂଳ ସ୍ତରରୁ କଂଗ୍ରେସ ସଙ୍ଗଠନକୁ ମଜବୁତ କରିବା ପାଇଁ ନବ ନିଯୁକ୍ତି ପିସିସ ମେମ୍ବରଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି ପିସିସି ମୁଖିଆ। ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସରେ ଲାଗୁ ହେବ ରାଜସ୍ଥାନ ମଡେଲ। ଏବେ ଠାରୁ ବୁଥ ସ୍ତରରେ ନିଯୁକ୍ତ ହେବେ ଏଜେଣ୍ଟ। ଏଥିପାଇଁ କଂଗ୍ରେସ ଆରମ୍ଭ କରିବ ‘ମୋ ବୁଥ ମୋ ଗୌରବ’ କାର୍ଯ୍ୟକ୍ରମ। ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ପ୍ରସଙ୍ଗକରି ଲୋକଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି।