ଉପନିର୍ବାଚନ ପ୍ରଚାରରେ ବର୍ଷିଲେ କୁମାରସ୍ଵାମୀ, କହିଲେ- ବେଙ୍ଗାଲୁରୁରେ ଆଉ ଚଳିବନି କଂଗ୍ରେସର ଯୋଜନା

Published By : Prameya-News7 Bureau | October 14, 2020 IST

ବେଙ୍ଗାଲୁରୁ ୧୪/୧୦: ଉପନିର୍ବାଚନ ପ୍ରଚାର​ରେ ବାହାରିଛନ୍ତି ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ବାମୀ। ରାଜରାଜେଶ୍ବରୀ ନଗର ବିଧାନସଭା ସିଟ୍‌ରେ ହେବାକୁ ଥିବା ଉପନିର୍ବାଚନର ପ୍ରଚାର ଦାୟିତ୍ବ ସମ୍ଭାଳିଛନ୍ତି କୁମାରସ୍ବାମୀ। ଏହି ସମୟରେ କଂଗ୍ରେସକୁ ଟାର୍ଗେଟ କରି କୁମାରସ୍ବାମୀ କହିଛନ୍ତି, ‘ଏଥର ଆରଆର ନଗରରେ କଂଗ୍ରେସର ଯୋଜନା ଚଳିବନି। ଏଠାରୁ କଂଗ୍ରେସ ଦୁଇ ଥର ଜିତି କିଛି କରିନାହିଁ। ଏବେ ମତଦାତାଙ୍କ ସାମ୍ନା କିଭଳି କରିବ ?’

ବୋଙ୍ଗାଲୁରୁର ଆରଆର ନଗରରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେପି, କଂଗ୍ରେସ ଓ ଜନତା ଦଳ(ସେକ୍ୟୁଲାର) ନିଜ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛନ୍ତି। ସମସ୍ତ ପ୍ରାର୍ଥୀ ବୁଧବାର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଛନ୍ତି। ଆରଆର ନଗରରେ ୩ ନଭେମ୍ବରରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେପି ଏନ ମୁନିରତ୍ନାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପକ୍ଷରୁ ଏଚ୍‌ କୁସୁମା ଓ ଜେଡିଏସ୍ ପକ୍ଷରୁ ବିଏସ୍‌ କୃଷ୍ଣମୂର୍ତ୍ତୀ ପ୍ରାର୍ଥୀ ହୋଇଛନ୍ତି।

କଂଗ୍ରେସ ଟିକଟ୍‌ରେ ପାଇଥିବା ମୁନିରତ୍ନା ୨୦୧୩ ଓ ୨୦୧୮ ନିର୍ବାଚନରେ ବିଜୟ ହାସଲ କରିଥିଲେ। କିନ୍ତୁ ଗତବର୍ଷ କଂଗ୍ରେସ ଓ ଜେଡିଏସ୍‌ର ୧୫ ବିଧାୟକଙ୍କ ସହ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ଉପନିର୍ବାଚନର ଆବଶ୍ୟତା ପଡ଼ିଲା। ଇସ୍ତଫା ଦେବା ପରେ ସେ ବିଜେପିରେ ସାମିଲ ହୋଇଥିବା ବେଳେ ଏବେ ସେ ବିଜେପି ଟିକଟ୍‌ରୁ ଲଢ଼ିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.