Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

କଂଗ୍ରେସର ଡିଜିଟାଲ ନ୍ୟୁଜ ଚାନେଲର ଉଦଘାଟନ ବୁଧବାର, ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ହେବ ମୁଖ୍ୟ ଉଦ୍ଦେଶ୍ୟ

13/04/2021 at 10:34 PM

ନୂଆଦିଲ୍ଲୀ ୧୩।୪: ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି) ବୁଧବାର ଏକ ଡିଜିଟାଲ ନ୍ୟୁଜ୍ ଚାନେଲ ଲଞ୍ଚ କରିବାକୁ ଯାଉଛି। ଏହି ଚ୍ୟାନେଲ ୟୁଟ୍ୟୁବ୍‌, ଫେସବୁକ୍‌, ଟ୍ୱିଟର ସମେତ ଅନ୍ୟ ସୋସିଆଲ ମିଡିଆରେ ମଧ୍ୟ ଉପଲବ୍ଧ ହେବ। ଯାହାକୁ ଦଳ ପକ୍ଷରୁ ‘ଆଇଏନସି ଟିଭି’ ଭାବେ ନାମିତ କରାଯାଇଛି। ପାର୍ଟି ଅନୁସାରେ ବୁଧବାର ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହାର ଶୁଭ ଉଦଘାଟନ ହେବ।

କଂଗ୍ରେସ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏହି ଚାନେଲ ଏକ ସମାଚାର ଚାନେଲ ଭାବେ କାର୍ଯ୍ୟ କରିବ ଓ ଜନତାଙ୍କ ନିକଟକୁ ଦଳର ଆଭିମୁଖ୍ୟ ସିଧାଶଳଖ ପହଞ୍ଚାଇବ। ଏହି ଚାନେଲକୁ ବୁଧବାର ରାଜ୍ୟସଭାରେ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, ମୁଖପାତ୍ର ରଣଦୀପ ସୁରଜେୱାଲା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଲୋକାର୍ପଣ କରାଯିବ।

ଏପର୍ଯ୍ୟନ୍ତ ରାହୁଲ ଓ ସୋନିଆ ଗାନ୍ଧି ସେମାନଙ୍କ ଭିଡିଓ ବାର୍ତ୍ତା ଟ୍ୱିଟରରେ ଅପଲୋଡ କରୁଥିଲେ। ହେଲେ ଦଳର ଅନ୍ୟ ନେତାଙ୍କ ଲାଗି ଏଭଳି ସୁବିଧା ଉପଲବ୍ଧ ନଥିଲା। ସେମାନେ ଟ୍ୱିଟ୍‌ ହ୍ୟାଣ୍ଡଲରେ ନିଜନିଜର ପ୍ରତିକ୍ରିୟା ରଖୁଥିଲେ। ହେଲେ ଏବେ ଏହି ଚାନେଲ ମାଧ୍ୟମରେ ଦଳୀୟ ନେତାଙ୍କ  ମତ ଓ ମନ୍ତବ୍ୟର ସିଧା ପ୍ରସାରଣ କରିବା ସହ ଲାଇଭ ଚର୍ଚ୍ଚା ବି ହୋଇପାରିବ।

   Related Posts