ଭୁବନେଶ୍ବର ୨।୧୦: ଆଜି ପବିତ୍ର ଗାନ୍ଧି ଜୟନ୍ତୀ । ଜାତିର ପିତା ଗାନ୍ଧିଙ୍କୁ ସାରା ଦେଶ ମନେ ପକାଉଛି । ଏହି ଅବସରରେ ଦେଶ ତଥା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଜ୍ୟ କଂଗ୍ରେସ ପକ୍ଷରୁ ମଧ୍ୟ ଗାନ୍ଧି ଜୟନ୍ତୀ ପାଳନ କରାଯାଇଛି ।
ଏହି ଅବସରରେ ଗାନ୍ଧି ପାର୍କରୁ କଂଗ୍ରେସ ଭବନ ଯାଏଁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସହ ଅନେକ ଛାମୁଆ ନେତା ଉପସ୍ଥିତ ରହିଥିଲେ । ହିଂସାମୁକ୍ତ ଦେଶ ଓ ଜାତିବାଦର ମୂଳପୋଛ ଏହି ପଦଯାତ୍ରାର ଲକ୍ଷ୍ୟ ବୋଲି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ।