ରିଲିଫ ପ୍ୟାକେଜ୍ ଉପରେ ଚିଦାମ୍ବରମଙ୍କ ଟିପ୍ପଣୀ- ସରକାର କେବଳ ହେଡ୍‌ଲାଇନ୍‌ ଲେଖିଲେ, ପୂରା ପୃଷ୍ଠା ଖାଲି

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟ ଲକ୍‌ଡାଉନ୍ କାରଣରୁ ସୁପ୍ତ ଅବସ୍ଥାରେ ଥିବା ଦେଶର ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ଲାଗି ୨୦ ଲକ୍ଷ କୋଟି ଟଙ୍କାର ବୃହତ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ବୁଧବାର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସେକ୍ଟର ଆଧାରିତ ପ୍ୟାକେଜ୍‌ର ବିସ୍ତୃତ ତଥ୍ୟ ଦେଇଛନ୍ତି। ମାତ୍ର ପୂର୍ବତନ ଅର୍ଥ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଏହି ପ୍ୟାକେଜ୍ ଉପରେ ନିରାଶ ବ୍ୟକ୍ତ କରି କହିଛନ୍ତି ସରକାର କେବଳ ହେଡ୍‌ଲାଇନ୍‌ ଲେଖିଲେ, ମାତ୍ର ପୂରା ପୃଷ୍ଠା ତ ଖାଲିଥିଲା।

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ସନ୍ଧ୍ୟାରେ ଦେଶର ଅର୍ଥବ୍ୟବସ୍ଥାକୁ ବଳ ଦେବା ଲାଗି ଆର୍ଥିକ ରିଲିଫ ପ୍ୟାକେଜ୍ ଘୋଷଣା କରିଥିଲେ। ଏହି ପ୍ୟାକେଜ୍‌ ୨୦ ଲକ୍ଷ କୋଟିର। ମାତ୍ର ଯେମିତି ଆଶା କରାଯାଉଥିଲା, ତାହା ହୋଇ ନାହିଁ। ସରକାର ହେଡ୍‌ ଲାଇନ୍‌ ଲେଖିଥିବା ବେଳେ ପୂରା ପୃଷ୍ଠା ଖାଲି ରହିଛି।

{"id":269523,"sizeSlug":"large"}

ସେ କହିଛନ୍ତି, ଲକ୍ଷାଧିକ ଗରିବ, ଭୋକିଲା ଓ ଶ୍ରମ ଜୀବୀଙ୍କ ଲାଗି ଅର୍ଥ ମନ୍ତ୍ରୀ ଆଜି କିଛି କହିଲେ, ସେଥିରେ କିଛି ନଥିଲା। କିଛି ଶ୍ରମ ଜୀବୀ ଘରେ ପହଞ୍ଚିବା ବେଳେ ଆଜି ମଧ୍ୟ ହଜାର ହଜାର ଶ୍ରମିକ ଚାଲି ଚାଲି ଘର ଅଭିମୁଖେ ବାହାରିଛନ୍ତି। ଏହା ସେହି ଲୋକଙ୍କ ଲାଗି କ୍ରୁର ଝଟକା।

ପି ଚିଦାମ୍ବରମ ସରକାରଙ୍କ ଘୋଷଣାରେ ନିରାଶ ବ୍ୟକ୍ତ କରି କହିଛନ୍ତି, ଏମିତି ଲୋକଙ୍କ ସଂଖ୍ୟା ହେଉଛି ୧୩ କୋଟି ପରିବାର। ଏମାନେ ସମାଜର ନିମ୍ନ ବର୍ଗର ଅଟନ୍ତି। ସେମାନଙ୍କ ଲାଗି  ନଗଦ ହସ୍ତାନ୍ତରଣ ଜରିଆରେ କିଛି  ହୋଇ ନାହିଁ। ସେମାନଙ୍କୁ ବର୍ବାଦ ହେବାକୁ ଛାଡି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.