Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଲୋକସଭାରେ ହାଇଭୋଲଟେଜ ବିତର୍କ : ବିଲକୁ ଲୋକସଭାରେ ମଧ୍ୟ ବିରୋଧ କରିଛି କଂଗ୍ରେସ

6/08/2019 at 6:17 PM

ନୂଆଦିଲ୍ଲୀ ୫/୮: ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍‌ ରାଜ୍ୟସଭା ପାସ ହେବା ପରେ ଆଜି ଲୋକସଭାରେ ଆଗତ ହୋଇଛି ।  ବିଲ୍‌ ନେଇ ଭୋଟିଂ ପୂର୍ବରୁ ଏହା ଉପରେ ହୋଇଥିଲା ଜୋରଦାର ବିତର୍କ ।  ବିଲରେ ଥିବା ସୁପାରିଶକୁ ଲୋକସଭାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସାଂସଦ ବିରୋଧ କରିଛନ୍ତି । ଯାହା ଉପରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ  । ଜାମ୍ମୁ କାଶ୍ମୀର ମାମଲା ଯେତିକି ରାଜନୈତିକ ସେତିକି ଆଇନଗତ । ଜାମ୍ମୁ କାଶ୍ମୀର ପାଇଁ ଜୀବନ ଦେଇଦେବି ବୋଲି ଗୃହରେ କହିଥିଲେ ଅମିତ ଶାହା । ଏହି ବିଲ୍‌କୁ ନେଇ ଟିଏମ୍‌ସି ଏବଂ ଜେଡିୟୁ ଭଳି ଦଳ ଗୃହ ତ୍ୟାଗ କରିଥିଲେ ।  

ରାଜ୍ୟସଭା ପରେ ଏବେ ଲୋକସଭା । ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ୍‌ ରାଜ୍ୟସଭାରେ ପାସ୍ ହେବା ପରେ ଲୋକସଭାରେ ହୋଇଛି ହାଇଭୋଲ୍‌ଟେଜ ବିତର୍କ।  ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଲୋକସଭାରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ ଆଗତ କରିଛନ୍ତି । ଏହି ସମୟରେ ଅମିତ ଶାହା କହିଛନ୍ତି ସେ ଗୃହରେ ଯେତେବେଳେ କାଶ୍ମୀର ଉଲ୍ଲେଖ କରୁଛନ୍ତି ତାହା ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେ ଓ ଅକ୍ସ ୟ ଚୀନକୁ ମିଶାଇ କାଶ୍ମୀର କଥା କହୁଛନ୍ତି।  ଜାମ୍ମୁ-କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ପିଓକେ ଓ ଅକ୍ସାଇ ଚୀନ୍‌ ମଧ୍ୟ ଏହା ମଧ୍ୟରେ ଆସୁଛି । ଏପରିକି ଶାହା କହିଥିଲେ ମୁଁ କାଶ୍ମୀର ପାଇଁ ଜୀବନ ଦେବାକୁ ବି ପ୍ରସ୍ତୁତ ।

ବିଲକୁ ଲୋକସଭାରେ ମଧ୍ୟ ବିରୋଧ କରିଛି କଂଗ୍ରେସ । କଂଗ୍ରେସ ସାଂସଦ ମନୀଷ ତିୱାରୀ ଓ ଅମିତ୍‌ ଶାହାଙ୍କ ମଧ୍ୟରେ ବିଲ୍‌କୁ ନେଇ ଚାଲିଥିଲା କଥାକଟା କଟି ।  ଅମିତ୍ ଶାହା ମନୀଷଙ୍କୁ ଏହି ବିଲ୍‌କୁ ସମର୍ଥନ କରୁଛନ୍ତି କି ନା ପ୍ରଶ୍ନ କରିଥିବା ବେଳେ ମନୀଷ ତିୱାରୀ ଶାହାଙ୍କୁ ‘ଫିପ୍‌ଟି ସେଡସ୍‌ ଅଫ୍‌ ଗ୍ରେ’ ଉପନ୍ୟାସର ଉଦାହରଣ ଦେଇଥିଲେ ।  ମନୀଷ ତିୱାରୀ କହିଥିଲେ ଜବାହାରଲାଲ ନେହୁରଙ୍କ ପାଇଁ ହିଁ ଜାମ୍ମୁ-କାଶ୍ମୀର ସମେତ ଅନ୍ୟ ରାଜ୍ୟ ଭାରତରେ ମିଶିପାରିଥିଲା। କାହିଁକି ବିଧାନସଭାରେ ଏହି ବିଲ୍‌ ଅଣାଗଲାନି ବୋଲି ମନୀଷ ତିୱାରୀ ପ୍ରଶ୍ନ କରିଥିଲେ।

ଜାମ୍ମୁକାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଟ୍ବିଟ୍‌କରି ରାହୁଲ ଲେଖିଛନ୍ତି ଏକପାଖିଆ ଭାବେ ଜାତୀୟ ଏକତା ସମ୍ଭବ ନୁହେଁ । ସରକାରଙ୍କ ନିଷ୍ପତ୍ତି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ଆଣିପାରେ ବୋଲି ସେ ଲେଖିଛନ୍ତି।  ସେପଟେ ଲୋକସଭାରେ ବିତର୍କ ବେଳେ ଟିଏମ୍‌ସି ଓ ଜେଡିୟୁ କକ୍ଷତ୍ୟାଗ କରିଛନ୍ତି। ରାଜ୍ୟସଭାରେ ବିଜେଡି ଏହାକୁ ସମର୍ଥନ କରିଥିବା ବେଳେ ଲୋକସଭାରେ ମଧ୍ୟ ଅନୁରୂପ ଢଙ୍ଗରେ ସମର୍ଥନ କରିଛି ।

ସେପଟେ ଧାରା ୩୭୦ ଉଚ୍ଛେଦକୁ ନେଇ ଭାବପ୍ରବଣତାର ସହିତ ଗର୍ଜିଛନ୍ତି ଫାରୁକ୍‌ ଅବଦୁଲ୍ଲା। ଯଦି ସାହସ ଅଛି ଛାତିରେ ଗୁଳିମାର ବୋଲି କହିଛନ୍ତି ଫାରୁକ।

ରାଜ୍ୟସଭା ଭଳି ଲୋକସଭାରେ ବିତର୍କ ଜୋରଦାର ହୋଇଥିବା ବେଳେ ସଂଖ୍ୟା ଅଧିକ ଥିବାରୁ ସରକାରୀ ପକ୍ଷ ଭାରି ପଡ଼ିଥିଲେ।

   Related Posts