Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବିଧାନସଭା ନିର୍ବାଚନରେ ମେଣ୍ଟ କରିବାକୁ କଂଗ୍ରେସର ଖୋଲା ଅଫର୍‌, ‘ହାତ’ ସହ କେଉଁ ଦଳ ହାତ ମିଳାଇବେ?

28/10/2021 at 6:11 PM

ନୂଆଦିଲ୍ଲୀ ୨୮/୧୦ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ୟୁପି ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି । ରାଜନୈତିକ ଦଳମାନେ ନିଜର ଆଶାୟୀ ପ୍ରାର୍ଥୀଙ୍କୁ ମଇଦାନକୁ ଓଲ୍ଲାଇବା ପାଇଁ ତୟାର ହେଉଛନ୍ତି । କଂଗ୍ରେସ ମଧ୍ୟ ଏବେ ଠାରୁ ସଜାଗ ହୋଇଗଲାଣି । ବିଜେପି ଏବଂ ସମାଜବାଦୀ ପାର୍ଟି ଭଳି କଂଗ୍ରେସ ମଧ୍ୟ ଛୋଟ ଛୋଟ ଦଳମାନଙ୍କୁ ହାତ ସହ ମେଣ୍ଟ କରିବାକୁ ଅଫର ଦେଇଛି ।

ୟୁପି ନିର୍ବାଚନକୁ ନେଇ କଂଗ୍ରେସ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । କଂଗ୍ରେସର ନିର୍ବାଚନୀ ଉପଦେଷ୍ଟା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି, ‘ୟୁପିରେ କୌଣସି ବଡ ଦଳ ସହ କଂଗ୍ରେସ ମେଣ୍ଟ କରିବ ନାହିଁ । କିନ୍ତୁ ଛୋଟ ଦଳମାନଙ୍କ ପାଇଁ କଂଗ୍ରେସ ଦ୍ବାର ସବୁବେଳେ ଖୋଲା ଅଛି । ଯେଉଁ ଦଳ ଚାହିଁବ ଆମ ସହ ମେଣ୍ଟ କରି ନିର୍ବାଚନରେ ସାମିଲ ହୋଇପାରିବ ।’

ତେବେ ଏଠି ପ୍ରଶ୍ନ ଉଠୁଛି କଂଗ୍ରେସ ସହ ମେଣ୍ଟ କରିବା ପାଇଁ କେଉଁ ଦଳ ଚାହିଁବ ? କାରଣ ଉତ୍ତର ପ୍ରଦେଶରେ ଦଳର ସ୍ଥିତି ସେତେଟା ମଜବୁତ ନାହିଁ । କହିବାକୁ ଗଲେ ନିର୍ବାଚନରେ ଦଳ ଏକାକି ଜିତିବା ଅସମ୍ଭବ । ଏହାରି ମଧ୍ୟରେ ଦଳର ମେଣ୍ଟ ଅଫରକୁ କେଉଁ ଛୋଟ ଛୋଟ ରାଜନୈତିକ ଦଳ ଗ୍ରହଣ କରୁଛନ୍ତି ତାହା ଉପରେ ନଜର ରହିଛି ।

ସେପଟେ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ସ୍ପଷ୍ଟ କରିସାରିଛନ୍ତି ଯେ, ତାଙ୍କ ଦଳ କୌଣସି ବଡ ପାର୍ଟି ସହ ମେଣ୍ଟ କରିବ ନାହିଁ । ବିଏସ୍‌ପି ଏବଂ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିବାକୁ ମନାକରିଦେଇଛନ୍ତି ଅଖିଳେଶ । ସମାଜବାଦୀ ପାର୍ଟି ମଧ୍ୟ କେବଳ ଛୋଟ ଛୋଟ ଦଳମାନଙ୍କୁ ନେଇ ନିର୍ବାଚନ ଲଢିବାକୁ ଘୋଷଣା କରିଛି । ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ୍‌ ପ୍ରକାଶ ରାଜଭର, ମହାନ ଦଳ ପ୍ରମୁଖ କେଶବ ଦେବ ମୌର୍ଯ୍ୟ, ରାଷ୍ଟ୍ରୀୟ ଲୋକ ଦଳ ପ୍ରମୁଖ ଜୟନ୍ତ ଚୌଧୁରୀ ଏବଂ ଜନବାଦୀ ପାର୍ଟି ମୁଖ୍ୟ ସଞ୍ଜୟ ଚୌହାନଙ୍କ ସହ ମେଣ୍ଟ କରିସାରିଛନ୍ତି ଅଖିଲେ ଯାଦବ ।

ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ ତାଙ୍କ ଦଳ ମଧ୍ୟ କୌଣସି ବଡ ଦଳ ସହ ମିଶି ନିର୍ବାଚନ ଲଢିବ ନାହିଁ । ବିଏସ୍‌ପି ଏକାକୀ ସମସ୍ତ ୪୦୩ ସିଟ୍‌ରେ ନିର୍ବାଚନ ଲଢିବ । ଅନ୍ୟପଟେ ଅନୁପ୍ରିୟା ପଟେଲଙ୍କ ଆପନା ଦଳ ଏବଂ ସଞ୍ଜୟ ନିଶାଦଙ୍କ ନିଶାଦ ପାର୍ଟି ସହ ପୂର୍ବରୁ ମେଣ୍ଟ କରିସାରିଛି ବିଜେପି । ଉତ୍ତର ପ୍ରଦେଶରେ ଏବେ ସକ୍ରିୟ ଅଛନ୍ତି AIMIM ମୁଖ୍ୟ ଅସଦୁଦ୍ଦୀନ ଓଓ୍ବେସୀ । ତାଙ୍କ ସହିତ ପୂର୍ବରୁ ମେଣ୍ଟ କରିଥିବା ଓମପ୍ରକାଶ ରାଜଭର ଏବେ ସପା ଦଳ ସହ ମେଣ୍ଟ କରିସାରିଛନ୍ତି । ଓଓ୍ବେସୀ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ସହ ମେଣ୍ଟ କରିନାହାନ୍ତି । ତେବେ ୟୁପିରେ କଂଗ୍ରେସ-AIMIM ମେଣ୍ଟ ହେବା ନେଇ ଚର୍ଚ୍ଚା ହେଉଛି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଦଳଗୁଡିକ ଏବେ ଠାରୁ ସଜାଗ ହୋଇଗଲେଣି । ତେବେ କଂଗ୍ରେସ ଆଭିମୁଖ୍ୟ କଣ ରହୁଛି ତାହା ଆଗାମୀ ଦିନ​‌ରେ ସ୍ପଷ୍ଟ ହୋଇଯିବ ।

   Related Posts