ଜଗତସିଂହପୁରରେ କଂଗ୍ରେସ ହରତାଳର ପ୍ରଭାବ : ଚକ-ଅଖ ସବୁ ଠପ୍

Published By : Prameya-News7 Bureau | November 12, 2021 IST

ଜଗତସିଂହପୁର, ୧୨|୧୧: ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ୬ ଘଣ୍ଟିଆ ହରତାଳ କରୁଛି କଂଗ୍ରେସ।  ହରତାଳ ଡାକରାର ପ୍ରଭାବ  ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି   ।

ଗୁରୁବାର ଏ ବାବଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦିଆ ଯାଇଥିଲା । ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଇକ୍ ମାଧ୍ୟମରେ ପ୍ରଚାର କରାଯାଇଥିଲା । ଏହି ୬ ଘଣ୍ଟିଆ ବନ୍ଦ ଡ଼ାକରା ପ୍ରଭାବରେ ଶୁକ୍ରବାର ଜିଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଏପରିକି ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟାଳୟ ଆଦିକୁ ବନ୍ଦ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରିଥିବା ଦେଖିବାକୁ ମିଳିଛି । ସେହିପରି ଆନ୍ଦୋଳନକୁ ଆଗକୁ ଅଧିକ ସକ୍ରିୟ କରାଯିବ ବୋଲି ଦଳ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.