ପ୍ରିୟଙ୍କା ଗାନ୍ଧୀଙ୍କୁ ଗୁଳି କରିବାକୁ ଧମକ, ମାମଲା ରୁଜୁ କରି ତଦନ୍ତ ଚଳାଇଲା ପୋଲିସ୍

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ ୧୯।୦୪: କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଟୁଇଟର ପୋଷ୍ଟରେ ଗୁଳି କରି ମାରିବା ଦେବାକୁ ଧମକ ଦିଆଯାଇଛି। ଧମକ ଦେଇଥିବା ବ୍ୟକ୍ତି ବିରୋଧରେ କୋତବାଲି ପୋଲିସ ଏତଲା ଦାୟର କରିଛି। କୋତବାଲର ରାମପାଲ ଯାଦବ କହିଛନ୍ତି ଯେ ଆଇପିସିର ଧାରା ୫୦୬ ଓ ୬୬ ଆଇଟି ଆକ୍ଟ ଆଧାରରେ କେସ୍ ରୁଜୁ କରି ତଦନ୍ତକାରୀ ଇନ୍ସପେକ୍ଟର ଦେବନନ୍ଦନ ଉପାଧ୍ୟାୟଙ୍କୁ ମାମଲା ହସ୍ତାନ୍ତର କରାଯାଇଛି।

ସୋନହା ଥାନା କ୍ଷେତ୍ରର କୋଠିଲା ନିବାସୀ ପଙ୍କଜ କୁମାର ଦ୍ଵିବେଦୀ ଏଫଆଇଆରରେ କହିଛନ୍ତି ଯେ, ଆରତି ପାଣ୍ଡେ ନାମରେ ଟୁଇଟର ଆଇଡି ରହିଛି। ପ୍ରିୟଙ୍କା ଗାନ୍ଧୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲେଖାଯାଇଥିବା ପତ୍ରକୁ ନେଇ ହୋଇଥିବା ସମ୍ବନ୍ଧିତ ନ୍ୟୁଜ୍‌କୁ  ଆଇଡିରେ ଟୁଇଟ୍‌ କରାଯାଇଥିଲା। ଏହି ଟୁଇଟ୍‌ର କମେଣ୍ଟରେ ଆଇଡି ଆରତି ପାଣ୍ଡେ ନାମକ ୟୁଜର ପ୍ରିୟଙ୍କା ଗାନ୍ଧୀଙ୍କୁ ଗୁଳି କରି ମାରି ଦେବାକୁ ଧମକ ଦେଇଥିଲେ। ପୋଲିସ୍ କେସ୍ ରୁଜୁ କରି ଯାଞ୍ଚ  ଆରମ୍ଭ କରି ଦେଇଛି।

ପାଞ୍ଚ ଥରର ବିଧାୟକ ତଥା ଚୌଧୁରୀ ବଂଶୀଲାଲଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିଥିବା ବରିଷ୍ଠ କଂଗ୍ରେସ ନେତା କରଣ ସିଂହ ଦଲାଲଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି। କରଣ ସିଂହ ଦଲାଲ ଏହି ବିଷୟରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପୂର୍ବତନ ବିଧାୟକଙ୍କ ବୟାନ ଆଧାରରେ ଅଜ୍ଞାତ ବ୍ୟକ୍ତି ବିରୋଧରେ ଏଫଆଇଆର ରୁଜୁ କରିଛି। ଏହା ସହିତ ଆରୋପୀଙ୍କ ସନ୍ଧାନ ଜାରି ରହିଛି। କରଣ ସିଂହ ଦଲାଲ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ସମୁଦୀ।

ପୂର୍ବତନ ବିଧାୟକ  କହିଛନ୍ତି ଯେ, ତାଙ୍କ ମୋବାଇଲ ନମ୍ବରରେ ଏପ୍ରିଲ ୧୬ ଅପରାହ୍ନ ୧୨ଟା ୫୪ ର ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା।  ଫୋନ୍ କରିଥିବା ବ୍ୟକ୍ତି କେବଳ ଅଭଦ୍ର ଭାଷାର ପ୍ରୟୋଗ କରିନଥିଲେ ବରଂ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଯେଉଁ ନମ୍ବରରୁ କଲ୍ ଆସିଛି ତାହା ଏକ ବିଦେଶୀ ନମ୍ବର ହୋଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.