କଂଗ୍ରେସ ସାଂସଦ ରାଜୀବ ସାତବଙ୍କ ପରଲୋକ : ଶୋକବ୍ୟକ୍ତ କଲେ ରାହୁଲ

Published By : Prameya-News7 Bureau | May 16, 2021 IST

ମୁମ୍ୱାଇ ୧୬/୫: କଂଗ୍ରେସ ସାଂସଦ ରାଜୀବ ସାତବଙ୍କ ପରଲୋକ । ୪୬ ବର୍ଷ ବୟସରେ ତ୍ୟାଗ କରିଛନ୍ତି ଶେଷ ନିଶ୍ୱାସ । ଚିକିତ୍ସାଧୀନ ଅବସ୍ଥାରେ ପୁଣେର ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । କିଛି ଦିନ ପୂର୍ବରୁ ରାଜ୍ୟସଭା ସାଂସଦ ରାଜୀବ ସାତବ କୋଭିଡ -19 ପରାସ୍ତ କରିଥିଲେ । ହେଲେ ପୁଣିଥରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାର ଭେଣ୍ଟିଲେଟରରେ ରଖାଯାଇଥିଲା ।

ସାତବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅତି ନିକଟତର ବୋଲି ବିଶ୍ୱାସ କରାଯାଉଛି । ଗତ ଏପ୍ରିଲ୍ ୨୨ରେ ତାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ପରେ କିଛିଦିନ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ହେଲେ ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

wp:html /wp:html

ସେପଟେ ସାତବଙ୍କ ମୃତ୍ୟୁ ପରେ ଶୋକ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ୱିଟ କରି ରାହୁଲ ଲେଖିଛନ୍ତି, 'ମୋର ବନ୍ଧୁ ରାଜୀବ ସାତବ ମୃତ୍ୟୁ ନେଇ ମୁଁ ଗଭୀର ମର୍ମାହତ । ସେ କଂଗ୍ରେସର ଆଦର୍ଶ ସହ ଜଣେ ଉଚ୍ଚ-କ୍ୟାଲିବର୍ ନେତା ଥିଲେ । ଏହା ଆମ ଦଳ ପାଇଁ ବଡ କ୍ଷତି । ମୋର ସମବେଦନା ଓ ପ୍ରେମ ତାଙ୍କ ପରିବାର ସହିତ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.