ବିଦେଶିନୀଙ୍କ ସହ ଭାଇରାଲ ଭିଡିଓ ସମ୍ପର୍କରେ ମୁହଁ ଖୋଲିଲେ କଂଗ୍ରେସର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ, ବିଜେଡି-କଂଗ୍ରେସ ମହିଳା ସଂଗଠନ ମୁହାଁମୁହିଁ

Published By : Prameya-News7 Bureau | April 08, 2019 IST

ନବରଙ୍ଗପୁର ୮|୪: ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଙ୍କ ଭାଇରାଲ ଭିଡ଼ିଓ କୁ ନେଇ ସରଗରମ ହୋଇଛି ନବରଙ୍ଗପୁର ରାଜନୀତି । ସେପଟେ ପ୍ରଦୀପ ମାଝୀ କହିଛନ୍ତି ଯେ, ଏସବୁ କେବଳ ଡ୍ରାମା । ନିର୍ବାଚନ ପୂର୍ବରୁ ତାଙ୍କୁ ବଦନାମ କରିବା ପାଇଁ କେବଳ ଏକ ଷଡଯନ୍ତ୍ର । ୨୦୧୪ ନିର୍ବାଚନ ପୂର୍ବରୁ ମଧ୍ୟ ସମାନ ଢଂଗରେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିଲା ।

 

{"id":101475}

ଅପରପକ୍ଷରେ ପ୍ରଦୀପ ମାଝୀ ଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରିବା ଓ ପ୍ରଦୀପ ମାଝୀ ଙ୍କୁ ସମର୍ଥନ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ତରଫରୁ ଗତକାଲି ନବରଂଗପୁରରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା ।  ତାହା ବିପକ୍ଷରେ ଜିଲ୍ଲା ମହିଳା କଂଗ୍ରେସ ତରଫରୁ ପାଲଟା ପ୍ରତିବାଦ କରାଯାଇଥିଲା । କଂଗ୍ରେସ ମହିଳା ସଂଗଠନ ପକ୍ଷରୁ ପ୍ରଦୀପଙ୍କ ସପକ୍ଷରେ ଏକ ବିଶାଳ ରାଲ୍ଲୀର ଆୟୋଜନ କରାଯାଇଥିଲା । ଜିଲ୍ଲା ମହିଳା କଂଗ୍ରେସର  ସଭାପତି ପି ନାଗାରତ୍ନମ ଙ୍କ ନେତୃତ୍ବରେ ହଜାର ହଜାର ମହିଳା ଏହି ରାଲିରେ ସାମିଲ ହୋଇ ପ୍ରଦୀପ ଙ୍କ ସପକ୍ଷରେ ସ୍ଲୋଗାନ ଦେବାସହ ବିଜେଡ଼ି ବିରୋଧରେ ବିଶେଦଗାର କରିଥିଲେ ।

{"id":101477}

କଂଗ୍ରେସ ମହିଳା ମାନଙ୍କ ବିକ୍ଷୋଭ ଫଳରେ ନବରଙ୍ଗପୁର ସହରର ରାଜରାସ୍ତାରର କିଛି ସମୟ ପାଇଁ ଯାତାୟତ ଏବଂ ଗାଡିମଟର ଜାମ ହୋଇରହିଥିଲା।   ବିଜୁ ଜନତା ଦଳ ଜିଲ୍ଲାରେ ପରାଜୟ ଭୟରେ ଏଭଳି ଏକ ବ୍ୟକ୍ତିଗତ ଭିଡ଼ିଓ କୁ ନିର୍ବାଚନ ସମୟରେ ଭାଇରାଲ କରି ତାହାର ଫାଇଦା ନେବାକୁ ଚେଷ୍ଟା କରି ହୀନ ରାଜନୀତି କରୁଥିବା ପ୍ରକାଶ କରିଛନ୍ତି ମହିଳା ନେତ୍ରୀ । ପ୍ରଦୀପ ଜଣେ ଚରିତ୍ରବାନ ବ୍ୟକ୍ତିତ୍ବ ଓ  ମହିଳାଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି । ସେ ସବୁବେଳେ ମହିଳାଙ୍କୁ ସମ୍ମାନ ଦିଅନ୍ତି ବୋଲି କହିଛନ୍ତି ମହିଳା କର୍ମୀମାନେ । ତେଣୁ ପ୍ରଦୀପ ଙ୍କ ପ୍ରତି ଜିଲ୍ଲା ମହିଳା କଂଗ୍ରେସ ର ନୈତିକ ସମର୍ଥନ ଜାରି ରହିବ ଏବଂ ସେ ନିଶ୍ଚୟ ବିଜୟଲାଭ କରିବେ ବୋଲି ମହିଳା କଂଗ୍ରେସ ତରଫରୁ ପ୍ରକାଶ କରାଯାଇଛି ।

{"id":101478,"width":592,"height":780}

ସୂଚନାଯୋଗ୍ୟ ଯେ, ଦୁଇଜଣ ବିଦେଶିନୀଙ୍କ ସହ ପ୍ରଦୀପ ମାଝୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ୩ଟି ଭିଡିଓ କ୍ଲିପ ସାମାଜିକ ଗଣମାଧ୍ୟରେ ଭାଇାଲ ହୋଇଥିଲା । ଏହାକୁ ନେଇ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଭିଡିଓ ଦେଖିବାପରେ ପଦକ୍ଷେପ ନିଆଯିବ ।  

{"id":101479,"width":603,"height":332}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.