Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବରବରା ରାଓଙ୍କ ମୁକ୍ତିଲାଗି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ କଂଗ୍ରେସ ସାଂସଦ, ଜାଣନ୍ତୁ କହିଛନ୍ତି କ’ଣ?

14/07/2020 at 8:24 PM

ନୂଆଦିଲ୍ଲୀ ୧୪।୭: ତେଲଗୁ କବି ବରବରା ରାଓଙ୍କ ମୁକ୍ତି ଲାଗି ଲୋକସଭାରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏଥିପାଇଁ ଚୌଧୁରୀ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିବା ବେଳେ ରାଓଙ୍କୁ ମହାରାଷ୍ଟ୍ରରେ ଏଲଗାର ପରିଷଦ ମାଓବାଦୀଙ୍କ ସହ ସମ୍ପର୍କ ଲାଗି ଗିରଫ କରାଯାଇଥିବା ସୂଚାଇଛନ୍ତି। ତେବେ ୮୧ ବର୍ଷ ବୟସ୍କ କୌଣସି ବ୍ୟକ୍ତି ଭାରତ ଭଳି ଏକ ଦୃଢ ଦେଶରେ କାହା ପାଇଁ ବିପଦର କାରଣ ହୋଇ ନ ପାରନ୍ତି।

ସେହିପରି ଦୀର୍ଘ ବର୍ଷରୁ ରାଓ ଜେଲରେ ବନ୍ଦୀ ଓ ସେ କେଉଁ ଅପରାଧରେ ଜେଲରେ ଅଛନ୍ତି ତାହା ବି ସେ ଜାଣନ୍ତି ନାହିଁ। ଏବେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବା ବେଳେ ତାଙ୍କୁ ଡାକ୍ତରୀ ସହାୟତା ମଧ୍ୟ ଦିଆଯାଉନି। ଏଣୁ ମାମଲାରେ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ତାଙ୍କୁ ଜେଲର ବନ୍ଦ କୋଠରୀରୁ ଯଥାଶୀଘ୍ର ବାହାରକୁ ଆଣିବାକୁ ସହାୟତା କରନ୍ତୁ। ଅନ୍ୟଥା ଭାବୀ ପିଢୀ ଆମକୁ ଆଦୌ କ୍ଷମା କରିବେ ନାହିଁ ବୋଲି ଚୌଧୁରୀ ପତ୍ରରେ ଜଣାଇଛନ୍ତି।

ରାଓ ଏବଂ ଅନ୍ୟ ୯ ଜଣଙ୍କୁ ଏଲଗାର ପରିଷଦ ମାଓବାଦୀଙ୍କ ସହ ସମ୍ପର୍କ ଲାଗି ପୋଲିସ ଗିରଫ  କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଣେ ପୋଲିସ ମାମଲାର ତଦନ୍ତ କରୁଥିଲେ।  ତେବେ ମାମଲାର ତଦନ୍ତ ଦାୟିତ୍ୱ ଗତ ଜାନୁୟାରୀରେ ଜାତୀୟ ତଦନ୍ତ ସଂସ୍ଥାନ (ଏନଆଇଏ)କୁ ନ୍ୟସ୍ତ କରାଯାଇଛି।

୩୧ ଡିସେମ୍ବର ୨୦୧୭ରେ ଏଲଗାର ପରିଷଦ ବାର୍ଷିକ ସମ୍ମିଳନୀରେ ଉତ୍ତେଜକ ଭାଷଣକୁ ନେଇ ରାଓ ଏବଂ ଅନ୍ୟ ୯ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିଲା। ଏପରି ଭାଷଣବାଜୀ ଯୋଗୁ ପରଦିନ କୋରେଗାଁବ ଭୀମା ଯୁଦ୍ଧ ସ୍ମାରକରେ ହିଂସାକାଣ୍ଡ ହୋଇଥିଲା ବୋଲି ପୋଲିସ ରାଓ ଏବଂ ତାଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ ଆଣିଛି। ରାଓ ଏବେ ଅସୁସ୍ଥ ଓ ତାଙ୍କୁ ମୁମ୍ବାଇର ଜେ.ଜେ. ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

   Related Posts