Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମୋଦି ଏବଂ ଅମିତ ଶାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ନିର୍ବାଚନ କମିଶନଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

29/04/2019 at 10:17 AM

ଦିଲ୍ଲୀ ୨୯/୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ବିରୋଧରେ ଆଚରଣ ବିଧି ଉଲଂଘନ କରିଥିବା ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା କଂଗ୍ରେସ | ଏହି ମାମଲାରେ ନିର୍ବାଚନ ଆୟୋଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ନିର୍ବାଚନ ଆୟୋଗଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ | ମୋଦି ଓ ଅମିତ ଶାହଙ୍କ ବିରୋଧରେ ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେବା ପାଇଁ କଂଗ୍ରେସ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଛି |

କଂଗ୍ରେସ ଅଭିଯୋଗ କରିଛି ଯେ, ଏପ୍ରିଲ ୨୩ ତାରିଖରେ ମତଦାନ ଦିନ ଗୁଜରାଟରେ ରାଲି କରି ପ୍ରଧାନମନ୍ତ୍ରୀ ଆଚରଣ ନିଧି ଉଲଂଘନ କରିଛନ୍ତି | ଏନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା | କିନ୍ତୁ ସପ୍ତାହେ ପରେ ମଧ୍ୟ ନିର୍ବାଚନ ଆୟୋଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି | ଏଭଳି ପରିସ୍ଥିତିରେ ୭୨ ଘଣ୍ଟା ପାଇଁ ନିର୍ବାଚନ ଆୟୋଗ ପ୍ରଚାର ରଦ୍ଦ କରିଦେଇଥାନ୍ତି | କିନ୍ତୁ ମୋଦି ଏବଂ ଅମିତ ଶାହଙ୍କ ବିରୋଧରେ ଆୟୋଗ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି |


କଂଗ୍ରେସ ସାଂସଦ ସୁସ୍ମିତା ଦେବ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି | ଆବେଦନରେ ସେ ଲେଖିଛନ୍ତି ଯେ, ମୋଦି ଏବଂ ଶାହ ବିରୋଧାଭାବ ଭାଷଣ ଦେଉଛନ୍ତି | ନିର୍ବାଚନ ଆୟୋଗ ଏହାକୁ ରଦ୍ଦ କରିବା ପରେ ମଧ୍ୟ ରାଜନୈତିକ ପ୍ରୋପାଗଣ୍ଡା ହିସାବରେ ବାରମ୍ବାର ସୁରକ୍ଷାବଳଙ୍କୁ ବ୍ୟବହାର କରୁଛନ୍ତି |

   Related Posts