କଂଗ୍ରେସ ଗଲା ସୁପ୍ରିମକୋର୍ଟ, ବିଜେପି ଉପରେ ଲଦିଲା ୧୬ ବିଧାୟକଙ୍କୁ ଅପହରଣ ଅଭିଯୋଗ

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ ୧୭।୦୩: ମଧ୍ୟ ପ୍ରଦେଶର ରାଜନୈତିକ ସଂଗ୍ରାମ ସମାପ୍ତ ହେବାର ନାଁ ନେଉ ନାହିଁ। ବିଧାନସଭା ଓ ରାଜଭବନ ପରେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି। ଦିନକୁ  ଦିନ ମଧ୍ୟ ପ୍ରଦେଶ ରାଜନୀତିରେ ରୋଚକ ମୋଡ ଆସୁଛି। ବିଜେପି ପରେ କଂଗ୍ରେସ ଏବେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି। ଯାଚିକାରେ କଂଗ୍ରେସ ବିଜେପି ଉପରେ ୧୬ ବିଧାୟକ ଅପହରଣ କରିଥିବାର ଆରୋପ ଲଗାଇଛି। କଂଗ୍ରେସର କହିବା କଥା କୋର୍ଟ ବିଧାୟକଙ୍କ ମୁକ୍ତ ନେଇ ସୁନିଶ୍ଚିତ କରୁ। ଏହି ସବୁ ବିଧାୟକଙ୍କ ଅନୁପସ୍ଥିତିରେ ଆସ୍ଥା ଭୋଟ୍ ହୋଇ ପାରିବ ନାହିଁ।

ଏହି ଯାଚିକାରେ ଗୃହରେ ବହୁମତ ସାବ୍ୟସ୍ତ କରିବା ରାଜ୍ୟପାଳଙ୍କ ଆଦେଶ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି। କୋର୍ଟରେ କଂଗ୍ରେସ କହିଛି ଯେ, ରାଜ୍ୟପାଳ ପ୍ରଥମରୁ ହିଁ ମାନି ଚାଲୁଛନ୍ତି ଯେ, କମଲନାଥ ସରକାର ସଂଖ୍ୟାଲଘୁରେ ରହିଛି। ଯାଚିକାରେ କଂଗ୍ରେସ କେନ୍ଦ୍ର ସରକାର, କର୍ଣ୍ଣାଟକ ସରକାର, ମଧ୍ୟ ପ୍ରଦେଶ ସରକାର, ମଧ୍ୟ ପ୍ରଦେଶ ବିଜେପି ଓ କଂଗ୍ରେସର ୧୫  ବିଧାୟକଙ୍କୁ ପକ୍ଷଭୁକ୍ତ କରିଛି।

{"id":239887,"width":746,"height":497,"sizeSlug":"large"}

ଏହା ପୂର୍ବରୁ ସୁପ୍ରିମକୋର୍ଟ ଆଜି ମଧ୍ୟ ପ୍ରଦେଶରେ ବହୁମତ ପରୀକ୍ଷଣ ମାମଲାରେ କମଲନାଥ ସରକାର ଓ  ବାଚସ୍ପତିଙ୍କୁ ବୁଧବାର ସକାଳ ୧୦ଟା ୩୦ ସୁଦ୍ଧ ଜବାବ ଦେବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଅନ୍ୟ ନଅ ବିଜେପି ବିଧାୟକ ଶୀଘ୍ର ଗୃହରେ ବହୁମତ ପରୀକ୍ଷଣ କରିବା ଦାବି ନେଇ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ରାଜ୍ୟପାଳଙ୍କ ଆଦେଶକୁ କଂଗ୍ରେସ ଅଣଦେଖା କରୁଥିବା ଚୌହାନ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.