Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଗୃହକାର୍ଯ୍ୟ ବେଳେ ଅଶ୍ଲୀଳ ଭିଡିଓ ଦେଖୁଥିଲେ କଂଗ୍ରେସ ସଦସ୍ୟ, ଇସ୍ତଫା ଦାବି କଲା ବିଜେପି

30/01/2021 at 9:20 AM

ବେଙ୍ଗାଲୁରୁ,୩୦/୦୧: ଗୃହକାର୍ଯ୍ୟ ଚାଲୁଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖୁଥିଲେ କଂଗ୍ରେସ ନେତା । କର୍ଣ୍ଣାଟକ କଂଗ୍ରେସର ନେତା ତଥା ଏମଏଲସି ପ୍ରକାଶ ରାଠୋର ଅଶ୍ଲୀଳ ଭିଡିଓ ଦେଖୁଥିବା ବିଜେପି ଅଭିଯୋଗ କରିଛି । ଏପରି କରି ସେମାନେ ଗୃହର ଗାରିମା ଭଙ୍ଗ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।  ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ସୂଚନାନୁସାରେ, ପ୍ରକାଶ ରାଠୋରଙ୍କ ଏକ ଭିଡିଓ କ୍ଲିପ୍ ଭାଇରାଲ ହୋଇଛି । ଏଥିରେ ସେ ନିଜ ଫୋନ୍ ଷ୍ଟୋରେଜ୍ କ୍ଲିଅର କରୁଥିବା ଦେଖିବାକୁ ମିଳିଛି । ଏହାପରେ ସେ ଫୋନରେ କିଛି ଅଶ୍ଲୀଳ କ୍ଲିପ୍ ମଧ୍ୟ ଦେଖୁଥିବା ଭିଡିଓରେ ନଜର ଆସିଛି । କିନ୍ତୁ ରାଠୋର ଏହି କ୍ଲିପରେ କ୍ଲିକ୍ କରିନଥିଲେ । ଫୋନରେ କେବଳ ସର୍ଫିଂ କରି ରଖି ଦେଇଥିଲେ । କିନ୍ତୁ କର୍ଣ୍ଣାଟକର ଏକ ସ୍ଥାନୀୟ ଚ୍ୟାନେଲରେ ସେ ଭିଡିଓ ଦେଖୁଥିବା ପ୍ରସାରିତ ହୋଇଛି ।

ଏହାକୁ ନେଇ ରାଠୋର କହିଛନ୍ତି ଯେ, ତାଙ୍କ ଫୋନ୍ ଷ୍ଟୋରେଜ୍ ଫୁଲ୍ ଥିଲା । ସେ ଏକ ଫାଇଲ୍ ଡାଉନଲୋଡ୍ କରିଥାନ୍ତେ । କିନ୍ତୁ ଫୋନରେ ସ୍ପେସ୍ ନଥିବାରୁ ଡାଉନଲୋଡ୍ କରିପାରି ନଥିଲେ । ଏହାପରେ ସମସ୍ତେ ସତ ଜାଣିବା ଦରକାର ବୋଲି ରାଠୋର କହିଛନ୍ତି । ବିଧାନପରିଷଦର ଏକ ପ୍ରଶ୍ନକୁ ଡାଉଲୋଡ୍ କରିବାକୁ ସେ ଫୋନ୍ ବ୍ୟବହାର କରୁଥିବା କହିଛନ୍ତି ।

କିନ୍ତୁ ବିଜେପି ଏହି ପ୍ରସଙ୍ଗରେ ରାଠୋରଙ୍କୁ ଟାର୍ଗେଟ୍ କରିବା ସହ ରାଜନୈତିକ ମାଇଲେଜ୍ ନେବାକୁ ଅଣ୍ଟା ଭିଡିଛି । ଦଳର ପ୍ରବକ୍ତା ଏସ ପ୍ରକାଶ କହିଛନ୍ତି ଯେ, ଏମଏଲସି ପ୍ରକାଶ ରାଠୋରଙ୍କୁ ନିଲମ୍ବନ କରାଯାଉ । ସେ ଇସ୍ତଫା ଦେବା ଦରକାର । ଏହାକୁ ବିଜେପି ବାଚସ୍ପତିଙ୍କ ସମ୍ମୁଖରେ ଉଠାଇବ ବୋଲି ସେ କହିଛନ୍ତି ।

   Related Posts