Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

କଂଗ୍ରେସ ନେତ୍ରୀଙ୍କୁ ଦୁଷ୍କର୍ମ କଲେ ବିଧାୟକଙ୍କ ପୁଅ ! ମାମଲା ରୁଜୁ କଲା ପୋଲିସ୍‌

3/04/2021 at 8:35 AM

ଉଜ୍ଜୟନ୍‌, ୦୩/୦୪: ମଧ୍ୟପ୍ରଦେଶ ଉଜ୍ଜୟନର ବଡ଼ନଗରରେ ଏକ ଦୁଷ୍କର୍ମ ମାମଲା ଚର୍ଚ୍ଚାର ପରିସରକୁ ଆସିଛି । ବଡନଗର ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟକ ମୁରଲୀ ମୋରୱାଲଙ୍କ ପୁଅ କରଣ ମୋରୱାଲଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଏନେଇ ଜଣେ ଯୁବତୀ ଇନ୍ଦୋରର ଏକ ମହିଳା ଥାନାରେ ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି ।

ସୂଚନା ଅନୁସାରେ, ବିଧାୟକଙ୍କ ପୁଅ ବିରୋଧରେ ଜଣେ ଯୁବତୀ ଶୁକ୍ରବାର ସନ୍ଧ୍ୟା ସମୟରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପୂର୍ବରୁ ପୀଡ଼ିତାଜଣଙ୍କ ପୋଲିସ୍‌ ଡିଆଇଜିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ମହିଳା ଥାନା ଅଧିକାରୀ ଧାରା ୩୭୬ରେ ବିଧାୟକଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ।

ପୀଡ଼ିତା ପୋଲିସ୍‌କୁ ଦେଇଥିବା ବୟାନରେ କହିଛନ୍ତି ଯେ, କରଣ ତାଙ୍କୁ ଭବରକୁଆଁ ଅଞ୍ଚଳରେ ଥିବା ଏକ ହୋଟେଲ୍‌କୁ କିଛିଦିନ ତଳେ ନେଇଥିଲେ । ସେଠାରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏହି ବିଷୟରେ ପୋଲିସ୍‌ରେ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

ତେବେ ମହିଳା ଜଣକ କଂଗ୍ରେସର ଜଣେ କର୍ମକର୍ତ୍ତା ଏବଂ ପଦାଧିକରୀ ହୋଇଥିବା ଜଣାପଡ଼ିଛି । ସେ କରଣଙ୍କ ସଂପର୍କରେ କଂଗ୍ରେସ୍‌ର ଏକ କାର୍ଯ୍ୟକ୍ରମରେ ଆସିଥିବା କହିଛନ୍ତି । ପୋଲିସ୍‌ ଏନେଇ ଅଧିକ ତଦନ୍ତ କରୁଛି ।    

   Related Posts