ଡିଜିପିଙ୍କୁ ଭେଟିଲେ କଂଗ୍ରେସ ବିଧାୟକ, ମମିତା ମେହେର ପ୍ରସଙ୍ଗରେ କଲେ ଆଲୋଚନା

Published By : Prameya-News7 Bureau | December 02, 2021 IST

ଭୁବନେଶ୍ବର ୨।୧୨: ଡିଜିପିଙ୍କୁ ଭେଟିଲେ କଂଗ୍ରେସ ବିଧାୟକ । ଭୁବନେଶ୍ବର କ୍ୟାମ୍ପ ଅଫିସରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ବରେ କଂଗ୍ରେସ ବିଧାୟକ ଡିଜିପିଙ୍କୁ ଭେଟିଛନ୍ତି । ମିମିତା ମେହେର ପ୍ରସଙ୍ଗରେ ଡିଜିଙ୍କ ସହିତ ଆଲୋଚନା କରିଛନ୍ତି ।

ନରସିଂହ ମିଶ୍ର କହିଛନ୍ତି, ମିମିତା ମେହେର ପ୍ରସଙ୍ଗରେ ଆଲୋଚନା କଲୁ । ତଦନ୍ତ ଠିକ୍ ବାଟେ ଯାଉ ନାହିଁ । ସିଧାସଳଖ ଏବଂ ପରୋକ୍ଷ ଭାବେ ଜଡ଼ିତ ଲୋକମାନଙ୍କୁ ତଦନ୍ତ ପକ୍ଷଭୁକ୍ତ କରାଯାଉନି ।  ସେମାନେ ଖସିଯିବେ । ମନ୍ତ୍ରୀ ବି ଖସିଯିବେ। ଯେଉଁମାନେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ସେମାନଙ୍କୁ ଖସାଇଦେବାକୁ ଉଦ୍ୟମ ହେଉଛି ବୋଲି ଡିଜିଙ୍କ ଆଗରେ ଅଭିଯୋଗ କରିଛି ଦଳ। ହାଇକୋର୍ଟ ଯେଉଁ ଅର୍ଡର ଦେଇଛନ୍ତି ତାହା ଠିକ୍ ନୁହେଁ । ଯେଉଁ ଜଜଙ୍କୁ କେସ୍ ଦିଆଯାଇଛି ସେ ହାଇକୋର୍ଟ ନିୟନ୍ତ୍ରଣରେ ନାହାନ୍ତି। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରି ତଦନ୍ତ କରିବାକୁ ଦାବି କରିଛନ୍ତି  ନରସିଂହ ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.