ପୁଣି ସଙ୍କଟରେ କମଲନାଥ ସରକାର, ଗାଏବ ହେଲେ ୧୦ ବିଧାୟକ

Published By : Prameya-News7 Bureau | March 09, 2020 IST

ଭୋପାଳ ୦୯।୦୩- ମଧ୍ୟ ପ୍ରଦେଶ ରାଜନୀତିରେ ବିଧାୟକଙ୍କ ଗାଏବ ହେବା ଘଟଣା ନଥମୁଣୁ ପୁଣି ଥରେ ରାଜ୍ୟରେ ଡ୍ରାମା ଆରମ୍ଭ ହୋଇ ଯାଇଛି। ସୂଚନା ଅନୁଯାୟୀ, କ୍ଷମତାଧାରୀ କଂଗ୍ରେସର ଆହୁରି ୭ ବିଧାୟକ କର୍ଣ୍ଣାଟକ ପହଞ୍ଚିଛନ୍ତି। ଏହି ୭ ବିଧାୟକ କିଏ, ସେ ସଂକ୍ରାନ୍ତରେ କୌଣସି ସଠିକ୍ ସୂଚନା ମିଳିନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ସବୁ ବିଧାୟକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗୋଷ୍ଠୀର। ଏହା ପୂର୍ବରୁ ୩ ବିଧାୟକଙ୍କୁ ବେଙ୍ଗାଲୁରୁ ନିଆଯାଇଥିବା ଖବର ରହିଥିଲା। ଏହା ସହିତ ଏବେ ମୋଟ୍ ୧୦ କଂଗ୍ରେସ ବିଧାୟକ ବେଙ୍ଗାଲୁରୁରେ ଥିବା କୁହାଯାଉଛି।

ସୂତ୍ର ମୁତାବକ କର୍ଣ୍ଣାଟକ ବିଜେପିର ବିଧାୟକ ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଖାସ୍ କଥା ଏହା ଯେ, ଏଥିରେ କିଛି ମନ୍ତ୍ରୀ ସାମିଲ ଥିବା କୁହାଯାଉଛି। ଏହି ବିଧାୟକମାନଙ୍କୁ ବେଙ୍ଗାଲୁରୁ ଉପକଣ୍ଠ ସ୍ଥିତ କୌଣସି ରିସର୍ଟରେ ରଖାଯାଇଛି। ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ଯେ, ବିଜେପି କ୍ଷମତା ହାସଲ କରିବାକୁ ଆଉ ଥୟ ଧରି ପାରୁନାହିଁ। ସେମାନେ ୧୫ ବର୍ଷ ପୂର୍ବେ ଯେଉଁ ଭ୍ରଷ୍ଟାଚାର କରିଥିଲେ, ତାହା ସାମ୍ନାକୁ ଆସିବାକୁ ଯାଉଛି। ତେଣୁ ବିଜେପି ବିଚଳିତ ହୋଇ ପଡିଛି।

wp:core-embed/twitter {"url":"https://twitter.com/ANI/status/1236972588133273605?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fstate%2Fmadhya-pradesh%2Fbhopal%2Findore%2Fmadhya-pradesh-congress-mlas-allegedly-taken-to-bengaluru-resort-kamalnath-blames-bjp%2Farticleshow%2F74552299.cms","type":"rich","providerNameSlug":"twitter","className":""}
https://twitter.com/ANI/status/1236972588133273605?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fstate%2Fmadhya-pradesh%2Fbhopal%2Findore%2Fmadhya-pradesh-congress-mlas-allegedly-taken-to-bengaluru-resort-kamalnath-blames-bjp%2Farticleshow%2F74552299.cms
/wp:core-embed/twitter

ଫେରି ଆସିଥିଲେ ବିଧାୟକ

ମଧ୍ୟ ପ୍ରଦେଶ ରାଜନୀତିରେ ତେବେ ରାଜନୈତିକ ଡ୍ରାମା ଆରମ୍ଭ ହୋଇଥିଲା, ଯେବେ କଂଗ୍ରେସ, ବିଏସପି ଓ ଏସପିର ମୋଟ୍ ନଅ ଜଣ ବିଧାୟକ  ଅଚାନକ ଗାଏବ ହୋଇ ଯାଇଥିଲେ। ଏଥିରୁ ପାଞ୍ଚ ଜଣ ବିଧାୟକଙ୍କୁ ତା ପରବର୍ତ୍ତୀ ଦିନ ଭୋପାଳରୁ ଠାବ କରାଯାଇଥିଲା। ଏଥିରୁ ଜଣେ ବିଧାୟକ ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ସାରିଛନ୍ତି।

୧୦ ବିଧାୟକ ଯିବାର ପ୍ରଭାବ କଣ ରହିବ ?

ମଧ୍ୟ ପ୍ରଦେଶର ବିଧାନସଭା ଆସନ ୨୩୦। ୨ ବିଧାୟକଙ୍କ ନିଧନ ପରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୨୨୮ ରହିଛି। କଂଗ୍ରେସ ପାଖରେ ୧୧୪ ବିଧାୟକ ଅଛନ୍ତି। ଏହା ବ୍ୟତୀତ ୪ ନିର୍ଦ୍ଦଳୀୟ, ୨ ବିଏସପି(ଜଣେ ନିଲମ୍ବିତ) ଓ ଜଣେ ଏସପିର ବିଧାୟକ। ଏହି ପରି କଂଗ୍ରେସ ପାଖରେ ସଂପ୍ରତି ୧୨୧ ବିଧାୟକ ରହିଛନ୍ତି। ଅନ୍ୟପଟେ ବିଜେପି ପାଖରେ ୧୦୭ ବିଧାୟକ ଅଛନ୍ତି। ଏମପି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ ଲାଗି ମ୍ୟାଜିକ ନମ୍ବର ହେଉଛି ୧୧୬। ଯଦି ୧୦ ବିଧାୟକ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୁଅନ୍ତି ତେବେ ବିଧାନସଭାରେ  ବିଜେପିର ସଦସ୍ୟ ସଂଖ୍ୟା ୧୧୭ରେ ପହଞ୍ଚିଯିବ। ସାଂପ୍ରତିକ ସ୍ଥିତି ଦେଖିଲେ କଂଗ୍ରେସ ଉପରେ ସରକାର ଭାଙ୍ଗିବାର ବିପଦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.