କଂଗ୍ରେସର ସାଂଗଠନିକ ଢାଞ୍ଚା ନେଇ ବିଧାୟକ ତାରା ପ୍ରସାଦ ବାହିନୀପତି କଲେ ବିଷୋଦଗାର : ଗଣ୍ଡା ଗଣ୍ଡା କାର୍ଯ୍ୟକାରୀ ସଭାପତି, ସମ୍ପାଦକ ରହି କ'ଣ ଆଲୁଅ କରିଦେଲେ ବୋଲି କଲେ ପ୍ରଶ୍ନ

Published By : Prameya-News7 Bureau | September 19, 2019 IST

ଭୁବନେଶ୍ବର ୧୯|୯: ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଆଜି କଂଗ୍ରେସର ପ୍ରଚଳିତ ବ୍ୟବସ୍ଥା ନେଇ ବିଷୋଦଗାର କରିଛନ୍ତି । ପିସିସି ପୁନର୍ଗଠନ ସମ୍ପର୍କରେ ପ୍ରତିକ୍ରିୟା ଦେଇ ତାରା କହିଛନ୍ତି ଯେ, ଲକ୍ଷେ ବିଲେଇରେ ମୂଷା ମରେ ନାହିଁ, ଆଉ ଏହା ମୂଲ୍ୟହୀନ । ଜୋନାଲ କମିଟି ସଭାପତି, କର୍ଯ୍ୟକାରୀ ସଭାପତିଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି ତାରା କହିଛନ୍ତି ।

ଗତ ସାଧାରଣ ନିର୍ବାଚନ ବେଳେ ଗଣ୍ଡା ଗଣ୍ଡା କାର୍ଯ୍ୟକାରୀ ସଭାପତି, ସମ୍ପାଦକ ରହି କଣ ଆଲୁଅ କରିଦେଲେ ବୋଲି ତାରା ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଏହା ବରଂ ପ୍ରହସନ ହେଲା, ଦଳର ଵହୁ କ୍ଷତି ହେଲା ।ରାଜ୍ୟ ସଭାପତିଙ୍କ ଉପରେ ବିଶ୍ବାସ ରଖିଲେ କଂଗ୍ରେସ ଉଧେଇବ, ନହେଲେ ନାହିଁ ବୋଲି ମଧ୍ୟ ସେ ରାସ୍ତା ବତାଇଛନ୍ତି ।

କଂଗ୍ରେସ ଦଳର ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦରକାର ଏବଂ ଜୋନ୍, ଜିଲ୍ଲା ଓ ରାଜ୍ୟସ୍ତରରେ କାର୍ଯ୍ୟକାରୀ ସଭାପତି ରହିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ସ୍ପଷ୍ଟ କହିଛନ୍ତି । ତେବେ ତାରାଙ୍କ ଏହି ପରାମର୍ଶ ଓ କ୍ଷୋଭକୁ ପିସିସି ଗ୍ରହଣ କରିବ କି ନାହିଁ ତାହା ାଗାମୀ ଦିନରେ ପିସିସି ପୁନର୍ଗଠନ ବେଳେ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.