କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ମାଷ୍ଟର ଅବତାର : କ୍ଲାସରେ ବସି ପିଲାଙ୍କୁ ପଚାରିଲେ ପ୍ରଶ୍ନ

Published By : Prameya-News7 Bureau | February 21, 2019 IST

ଜୟପୁର ୨୧|୨ (ପଦ୍ମନାଭ ହୋତା) : ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବିଭିନ୍ନ ପ୍ରସଂଗରେ ବିଧାନ ସଭାରେ ହଟ୍ଟଗୋଳ କରିବା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିବା ଆପଣ ଦେଖିଛନ୍ତି । ତେବେ ଏଥର ତାରାଙ୍କୁ ଭିନ୍ନ ଏକ ଅବତାରରେ ଦେଖିବାକୁ ମିଳିଥିଲା । ମାନେ ବିଧାୟକ ବନିଛନ୍ତି ଶିକ୍ଷକ । ସ୍କୁଲକୁ ଯାଇ ପିଲାଙ୍କୁ ପାଠ ପଢାଇଛନ୍ତି, ପ୍ରଶ୍ନ ବି ପଚାରିଛନ୍ତି । ତାରାଙ୍କ ଏମିତି କିଛି ରୂପ ଦେଖିବାକୁ ମିଳିଥିଲା ଜୟପୁର ସରକାରୀ ହାଇସ୍କୁଲରେ ।  କେମିତି ଥିଲା ତାରାଙ୍କ କ୍ଲାସ୍ ଆସନ୍ତୁ ଜାଣିବା ।

{"id":87384}

ବସିଛନ୍ତି ଛାତ୍ରଛାତ୍ରୀ...। ପାଖରେ ଅଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ।ହେଲେ ପାଠ ପଢାଇବା ସହ ପିଲାଙ୍କୁ ଧଡା ଧଡ ପ୍ରଶ୍ନ ପଚାରୁଛନ୍ତି ପ୍ରଧାନ ଶିକ୍ଷକଙ୍କ ପାଖରେ ଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।  ଭାଲୁ  ଭାଇନା ବନିଛନ୍ତି ଶିକ୍ଷକ । ସାମ୍ନାରେ ବସିଥିବା ଛାତ୍ରଛାତ୍ରୀଙ୍କୁ ପଚାରୁଛନ୍ତି  ପଣିକିଆ  । କାହାର ଉତ୍ତର ଭୁଲ ହେଲା କାହାର ଠିକ ହେଲା ତାହାର ତର୍ଜମା ବି କରୁଛନ୍ତି । ଏହାପରେ ଗଣିତର ଫର୍ମୁଲା ବି ପଚାରୁଛନ୍ତି ବିଧାୟକ ।ପିଲାଙ୍କୁ ଭଲ ମଣିଷ ହେବାକୁ ଉପଦେଶ ବି ଦେଉଛନ୍ତି । ତାରାଙ୍କୁ ଏପରି ରୁପରେ ଦେଖିବାକୁ ମିଳିଥିଲା ଜୟପୁର ସରକାରୀ ହାଇସ୍କୁଲରେ ।

{"id":87380}

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବିଭିନ୍ନ ପ୍ରସଂଗରେ ବିଧାନ ସଭାରେ ହଟ୍ଟଗୋଳ କରିବାକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି।ସେହିପରି ଜୟପୁରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କୁ ନାଚୁଥିବା ବି ବହୁବାର ଦେଖିବାକୁ ମିଳିଛି । କିଛି ଦିନ ତଳେ ଜୟପୁର ସଦର ଥାନାରେ  ତାଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଥିଲା । ଆଉ ବର୍ତ୍ତମାନ ବିଧାୟକ ମହାଶୟ ସାର୍ ପାଲଟିଛନ୍ତି ।

{"id":87383}

ପିଲାଙ୍କୁ ପାଠ ପଢାଇବାକୁ ଭାଲୁ ଭାଇନା ଖୁସ୍ ।  ବିଧାୟକଙ୍କୁ ପାଖରେ ପାଇ ଛାତ୍ରଛାତ୍ରୀଙ୍କ ଖୁସି ବି କହିଲେ ନସରେ । 

{"id":87385}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.