Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ଅଧିକ ଗୋଟେ କଳାପାହାଡ ଭଳିଆ ହୁଅନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଲେ ବିଧାୟକ ସୁର ରାଉତରାୟ

5/09/2019 at 1:17 PM

ଭୁବନେଶ୍ବର ୫।୯: ପୁରୀରେ ଚାଲିଥିବା ଉଚ୍ଛେଦ ସଂପର୍କରେ ସାଙ୍ଘାତିତ ଟିପପଣୀ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ପୁରୀରେ ଯେତିକି ଭାଙ୍ଗିଲ ସେତିକି ଯଥେଷ୍ଟ ହେଲାଣି । ସେଥିପାଇଁ ଅଭିନନ୍ଦନ । ଆଉ ଅଧିକ କଳାପାହାଡ ଭଳିଆ ହୁଅନାହିଁ । ମଠଗୁଡିକର ମନ୍ଦିର ସହିତ ସଂପର୍କ ରହିଛି । ମଠରୁ ଜିନିଷ ଗଲେ ଠାକୁରଙ୍କ ପାଖରେ ଲାଗି ହେବାର ପରମ୍ପରା ରହିଛି । ମଠଗୁଡିକୁ ଅଧିକ ଭାଙ୍ଗିଲେ ବାବଜୀଙ୍କ ଆଖି ଲୁହରେ ତୁମେ ପୋଡିଯିବ । ତୁମେ କେତେ ବର୍ଷ ଆଉ ଶାସନରେ ରହିବ ଜଣାନାହିଁ । କିନ୍ତୁ ଆଗାମୀ ୫୦ବର୍ଷ ପର୍ଯ୍ୟନ୍ତ ମନ୍ଦିର ଚାରିପାଖରେ ଆଉ ଭିଡ ହେବନାହିଁ । ଏତିକି ଭଙ୍ଗାରେ କାମ ବନ୍ଦ କର’ ବୋଲି ସୁରେଶ ରାଉତରାୟ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

ସୁରଙ୍କ ଟିପପଣୀ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଦେବା ପ୍ରସାଦ ମିଶ୍ର । ସେ କହିଛନ୍ତି ଯେ, ଏଠି କଳାପାହାଡ ଭଳି କୌଣସି କଥା କରାଯାଉନାହିଁ । ସବୁ କଥା ଆଇନ ସମ୍ମତ ଭାବେ ଚାଲିଛି । ସୁର ରାଉତରାୟଙ୍କ କହିବାର ଶୈଳୀ ହିଁ ଏମିତି । ତେଣୁ ତାକୁ ନେଇ ବିବାଦ କରିବାର ଆବଶ୍ୟକ ନାହିଁ ।

   Related Posts