Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ମୁଁ ସରକାରୀ ସ୍କୁଲରେ ପଢ଼ି ଗର୍ବିତ, ମୁଁ ପାଠ ପଢିବି, କାଳିଆ ଘୋଡ଼ାରେ ଚଢ଼ିବି…ଏହି ସ୍ଵରରେ ପୁଣି ଥରେ ଧୁନ ମଚାଇଲେ ସୁର ରାଉତରାୟ

10/07/2021 at 11:13 PM

ଭୁବନେଶ୍ଵର ୧୦।୦୭: ମୁଁ ସରକାରୀ ସ୍କୁଲରେ ପଢ଼ି ଗର୍ବିତ । ମୁଁ ପାଠ ପଢିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁ ବାବୁ ସଙ୍ଗେ ଲଢ଼ିବି । ବିଧାୟକ ସୁର ରାଉତରାୟ ଏହି ସ୍ଵରରେ ଗାଇଲେ ଆଉ ଏକ ଗୀତ । ସରକାରୀ  ସ୍କୁଲ ହେଉକି ବେସରକାରୀ ସ୍କୁଲ ପାଠ ପଢିବା ପାଇଁ  ଗୀତରେ ପରାମର୍ଶ ଦେଉଛନ୍ତି ସୁର ରାଉତରାୟ । ତାଙ୍କ ସହ କଣ୍ଠଶିଳ୍ପୀ ମୋନାଲି ମଧୁସ୍ମିତା ଗାଇଛନ୍ତି । ମୋନାଲି ମୋ ବାପା ସରକାରୀ ସ୍କୁଲରେ ପଢ଼ି କଲେକ୍ଟର, ମୋ ବାପା ସରକାରୀ ସ୍କୁଲରେ ପଢ଼ି ମିନିଷ୍ଟର  ଗାଉଥିବା ବେଳେ ସୁର ପଞ୍ଚ ଲାଇନ୍ ଦେଇ ଗୀତର ତାଳ ଧରୁଛନ୍ତି। ମଝିରେ ମଝିରେ ସୁରଙ୍କ ବ୍ରାଣ୍ଡ ଡାଇଲଗ ମାଡ଼ିଚାଲ ଗୀତକୁ ଆହୁରି ସୁନ୍ଦର କରୁଛି ।

ରାଜନୀତିରେ ନିଜ ବୋଲିବାଣୀ ପାଇଁ ପପୁଲାରିଟି ଗେନ୍ କରିଥିବା ସୁରଙ୍କ ଏହା ହେଉଛି ସଙ୍ଗୀତ ଜଗତରେ ତୃତୀୟ ଗୀତ । ପୂର୍ବରୁ ମଜାକିଆ ଢଙ୍ଗରେ ଗାଇଥିବା ଗୀତ ଗୁଡ଼ିକ ହିଟ୍ ହୋଇ ସାରିଛି । ସୁର ତାଙ୍କ ଶିକ୍ଷା ଜୀବନରେ ଥାର୍ଡ କ୍ଲାସରେ କଟିଥିଲା । ତେଣୁ ସେ ଶିକ୍ଷାକୁ ଗୁରୁତ୍ଵ ଦେଉଥିବା କହିଛନ୍ତି । ଗୀତଟି ଭୁବନେଶ୍ୱର ସୂର୍ଯ୍ୟନଗରରେ ଥିବା ଗୁଡୁଲି ରଥଙ୍କ ଷ୍ଟୁଡ଼ିଓରେ ସୁଟିଂ ହୋଇଛି । ଏହାର ସଙ୍ଗୀତ ନିର୍ଦ୍ଦେଶକ ରହିଛନ୍ତି ରଶ୍ମିରଞ୍ଜନ । ପ୍ରଫେସନାଲ ସିଙ୍ଗର ମୋନାଲୀ ସୁରଙ୍କ ଲୟ ତାଳ କୁ ଖୁବ୍ ପ୍ରଶଂସା କରିଛନ୍ତି । ଖୁବ ଶିଘ୍ର ସୋସିଆଲ ମିଡ଼ିଆକୁ ଏହି ଗୀତ ଆସିବ । ବାକି ଶ୍ରୋତା ବିଚାର କରିବେ ଗୀତ କେମିତି ଲାଗିଲା ।

   Related Posts